fbpx

କରୋନା ଚିହ୍ନଟ କରିବ ଚିପ୍: ଆଗୁଆ ସତର୍କ କରାଇବା ସହିତ ଭୂତାଣୁ ଠାରୁ ଦେବ ସୁରକ୍ଷା

ନୂଆଦିଲ୍ଳୀ: ସାରା ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । କରୋନା ଟୀକା ମଧ୍ୟ ଅନେକ ଜାଗାରେ ମାରିଛି ଫେଲ । ଅଜଣା ଜାଗା ଆଉ ଜିନିଷରୁ ବ୍ୟାପୁଛି ଏହି ଖତରନାକ ଭାଇରସ । କିନ୍ତୁ ଖୁବଶୀଘ୍ର କରୋନା କବଳରୁ ରକ୍ଷା ପାଇବେ ଦେଶବାସୀ । କାରଣ ମାର୍କେଟକୁ ଆସିବାକୁ ଯାଉଛି ଭାଇରସର ରକ୍ଷା କବଚ । ସଂକ୍ରମଣ ପୂର୍ବରୁ ଏହା ଦେବ ଆପଣଙ୍କୁ ସିଗନାଲ । ଭାଇରସ ଥିବା ସ୍ତାନକୁ ଆପଣଙ୍କୁ ସୂଚାଇଦେବ ଏହି ଗ୍ୟାଜେଟ । ତେବେ ଆସନ୍ତୁ ଜାଣିବା କ’ଣ ଏହି ଗ୍ୟାଜେଟ ? ଆଉ କ’ଣ ଏହାର ବିଶେଷତ୍ୱ ?

ୟେଲ ସ୍କୁଲ ଅଫ ପବ୍ଲିକ ହେଲଥ ତିଆରି କରୁଛି ଏକ ଚମତ୍କାରୀ ଗ୍ୟାଜେଟ । ଯାହା କରୋନା ଭାଇରସ ବିପକ୍ଷରେ ହୋଇପାରେ ରକ୍ଷା କବଚ । ଭାଇରସ ଥିବା ବ୍ୟକ୍ତି କିମ୍ବା ବସ୍ତୁକୁ ସହଜରେ ଚିହ୍ନାଇ ପାରିବ ଏହି ଗ୍ୟାଜେଟ । ଏହାକୁ ୱେରେବଲ କ୍ଲିପ ବୋଲି କୁହାଯାଏ । ଏହାକୁ ପିନ୍ଧିବା ସମୟରେ ଯଦି କୌଣସି ବ୍ୟକ୍ତି କରୋନା ଭାଇରସର ସମ୍ପର୍କରେ ଆସନ୍ତି । ତେବେ ଏହି ଗ୍ୟାଜେଟ ତୁରନ୍ତ ସିଗନାଲ ଦେବ । ଯାହାଦ୍ୱାରା ଆପଣ ସତର୍କ ହୋଇ ପାରିବେ । ବିଭିନ୍ନ ପରିବେଶରେ ରହୁଥିବା କରୋନା ଭାଇରସର ପାର୍ଟକିଲ ଗୁଡିକୁ ଏହା ସହଜରେ ସୁଚାଇ ଦେଉଥିବା କଥା କହିଛନ୍ତି ଏହି ରିସର୍ଚର ମୁଖ୍ୟ କ୍ରିଷ୍ଟାଲ ଗଡ୍ରି ପଲିଟ

Get real time updates directly on you device, subscribe now.