fbpx

ବୁଷ୍ଟର ଡୋଜ ପାଇଁ ଆସିଲା ନୂତନ ଗାଇଡ ଲାଇନ୍: ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଳୀ:  ଟୀକାକରଣରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ ପରିବର୍ତ୍ତନ । ଏଣିକି କରୋନାରେ ଆକ୍ରାନ୍ତ ହେବାର ୩ ମାସ ପରେ ଦିଆଯିବ ଟୀକା । ପ୍ରଥମ, ଦ୍ୱିତୀୟ ଡୋଜ ହେଉ କି କରୋନାର ବୁଷ୍ଟର ଡୋଜ, ସବୁଥିରେ ଲାଗୁ କରାଯିବ ଏହି ନିୟମ । ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି ।

କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିବାର ତିନି ମାସ ପରେ ତାଙ୍କୁ ଟୀକା ଦିଆଯିବା ଉଚିତ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକାଶ ଶେଲ ଏ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି । ଦେଶରେ କରୋନା ସଂକ୍ରମଣକୁ ଲକ୍ଷ୍ୟ କରି ଏମିତି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ତେବେ ଏହି ନିୟମ କେବଳ ବୁଷ୍ଟର ଡୋଜରେ ଲାଗୁ ହେବନି । କରୋନାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ଟୀକାକରଣରେ ମଧ୍ୟ ଏହି ନିୟମ ଲାଗୁ ହେବ । ଦେଶର ସାଇଣ୍ଟିଷ୍ଟ ମାନଙ୍କ ଏକ୍ସପେରିମେଣ୍ଟକୁ ଭିତ୍ତି କରି ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଅତିରିକ୍ତ ସଚିବ ବିକାଶ ଶେଲ ।

ସେପଟେ ସମଗ୍ର ଦେଶରେ ଏବଂ କିଶୋର ମାନଙ୍କ ଟୀକାକରଣ ଜାରି ରହିଛି । ଏଥିସହ ବୟସ୍କ ବ୍ୟକ୍ତିମାନଙ୍କୁ ମଧ୍ୟ ପ୍ରିକସନ ଡୋଜ ଟୀକା ଦିଆଯାଉଛି । ତେଣୁ ଏହି ସମୟରେ ଏଭଳି ଏକ ବଡ ପରିବର୍ତ୍ତନ ଆଣୁଛନ୍ତି କେନ୍ଦ୍ର ସରକାର । ତେବେ ଏହି ନିୟମ ଦ୍ୱାରା ଦେଶରେ ସଂକ୍ରମଣ ଉପରେ ରୋକ ଲଗାଯାଇପାରିବ ବୋଲି ଅନୁମାନ କରାଯାଉଛି । କୋ-ୱିନ୍ ଦ୍ୱାରା ଟିକା ନେବାକୁ ଚାହୁଥିଲେ ଏହି ଲିଙ୍କରେ କ୍ଲିକ କରି ସ୍ଲଟ ବୁକିଂ କରିପାରିବେ । https://www.cowin.gov.in/

Get real time updates directly on you device, subscribe now.