fbpx

ଜେଜେ ମା’ କୁୁ ନୃଶଂସ ଭାବେ ହତ୍ୟା କଲା ନାତି (ଭିଡିଓ)

ଜେଜେ ମାଁଙ୍କୁ ତଣ୍ଟି ଚିପି ହତ୍ୟା କରିଲା ନାତି । ଏଭଳି ଅଭାବନୀୟ ଓ ଦୁଖଦଃ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ କାମ୍ବାଗୁଡା ଗାଁରୁ । ମିଳିଥିବା ସୂଚନା ଅନୁସାରେ ସୋରଜିନି ପ୍ରଧାନ ନାମକ ଜଣେ ୮୦ ବର୍ଷର ବୃଦ୍ଧା ନିଜ ନାତି ମନୋଜ ପ୍ରଧାନଙ୍କ ସହ ରହୁଥିଲେ । ଏବଂ ନାତି ଜଣଙ୍କ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ଜେଜେମା ତାଙ୍କର ସେବା କରୁଥିଲେ । ତେବେ ଗତକାଲି ରାତିରେ ନାତି ମନୋଜ ପ୍ରଧାନ ଜେଜେମାଙ୍କ କାନ ଓ ମୁଣ୍ଡକୁ ମାଡ ମାରି ଅତି ନୃଶଂସଭାବେ ହତ୍ୟା କରିଛନ୍ତି । ତେବେ ଆଜି ଗାଁଲୋକ ଘଟଣା ବିଷୟରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ଗିରଫ କରିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.