fbpx

ତେଲ ପକାଇବା ବେଳେ ସ୍କୁଟିରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଲୋକେ

ପୁରୀ: ପେଟ୍ରୋଲ ପକାଇବା ବେଳେ ଲାଗିଗଲା ନିଆଁ । ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଲୋକେ । ଏଭଳି ଏକ ଘଟଣା ଘଟିଛି ପୁରୀ ପେଣ୍ଠକଟାସ୍ଥିତ ଓପିଡିସି ପେଟ୍ରୋଲ ପର୍ମ୍ପ ପରିସରରେ ।

ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପକୁ ନିଜ ସ୍କୁଟିରେ ପେଟ୍ରୋଲ ପକାଇବାକୁ ଆସିଥିଲେ ଆଉ ପେଟ୍ରୋଲ ପକାଇବା ସମୟରେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଫଳରେ ଭୟଭୀତ ହୋଇଯାଇଥିଲେ ସେଠାରେ ଥିବା ଲୋକମାନେ ତେବେ ସୌଭାଗ୍ୟବସତଃ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ, କ୍ଷୟକ୍ଷତି ମଧ୍ୟ ସୂଚନା ମିଳିନାହିଁ  । ସେପଟେ ଓପିଡିସି ପକ୍ଷରୁ ସମୁଦ୍ରକୂଳ ଥାନାରେ ଏତଲା ଦିଆଯାଇଛି ।

Get real time updates directly on you device, subscribe now.