fbpx

ସାଂସଦଙ୍କ କାର୍ ଧକ୍କାରେ ସ୍କୁଟି ଚାଳକ ମୃତ, ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଲା ଗାଡ଼ି

ନୂଆଦିଲ୍ଲୀ: ରାଜ୍ୟସଭାର ସଂସଦଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । କାରରେ ସାଂସଦ ଥିଲେ କି ନାହିଁ ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାରେ ସାଂସଦଙ୍କ ଗାଡିର ସାମ୍ନାପଟ କ୍ଷତିଗ୍ରସ୍ତ ହୋଇଛି । କୁହାଯାଉଛି ଯେ, ସାଂସଦଙ୍କ କାରଟି ସ୍କୁଟିକୁ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ।

ସୁଚନା ଅନୁସାରେ, ରାଜ୍ୟସଭାର ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାଟି ପାଟଣାଗଡ଼ ନିକଟରେ ଘଟିଛି । ଦୁର୍ଘଟଣାର କିଛି ସମୟ ମଧ୍ୟରେ ସ୍କୁଟି ଚାଳକକୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ସ୍କୁଟି ଚାଳକକୁ ମୃତ ଘୋଷଣା କରିଛନ୍ତି ।

ମୃତ ସ୍କୁଟି ଆରୋହୀ ଜଣକ ଲାରମ୍ଭାରେ ଥାନା ଇନପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡିଛି । ଏନେଇ ପାଟଣାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସାଂସଦ ନିରଞ୍ଜନ ବିଶି କହିଛନ୍ତି ଯେ, ଦୁର୍ଘଟଣା ସମୟରେ ସେ ନିଜେ ଉପସ୍ଥିତ ନଥିଲେ ଏବଂ ତାଙ୍କ ଗାଡି ଡ୍ରାଇଭର ନେଇକି ଯାଇଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି । ସାଂସଦଙ୍କ ନଥିବା କଥାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।

Get real time updates directly on you device, subscribe now.