fbpx

ସଂସଦ ଭବନରେ ସ୍ଥାପନା ହେବ ସେନଗୋଲ୍ ବା ରାଜଦଣ୍ଡ, ଭାରତୀୟ ସମ୍ରାଟଙ୍କ ଶକ୍ତି ଓ ଅଧିକାରର ପ୍ରତୀକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ୨୮ ତାରିଖରେ ସଂସଦ ଭବନର ଉଦଘାଟନ କରିବେ । ଏହି ଅବସରରେ ମୋଦୀ ୬୦ ହଜାର ଶ୍ରମିକକଙ୍କୁ ସମ୍ମାନିତ କରିବେ ଯେଉଁମାନେ ସଂସଦ ଭବନ ନିର୍ମାଣରେ ନିଜର ଯୋଗଦାନ ଦେଇଛନ୍ତି । ତେବେ ନୂଆ ସଂସଦ ଭବନ ଉଦଘାଟନ ସମୟରେ ବିଭିନ୍ନ ଐତିହାସିକ ପରମ୍ପରାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ନୂଆ ସଂସଦ ଭବନରେ ସେନଗୋଲ୍ ବା ରାଜଦଣ୍ଡର ସ୍ଥାପନା କରାଯିବ । ଏହି ସେନଗୋଲ୍ର ଅର୍ଥ ହେଉଛି ସଂପଦା ଅର୍ଥାତ୍ ସଂପନ୍ନ । ଯେଉଁ ଦିନ ନୂଆ ସଂସଦ ଭବନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବ ସେହିଦିନ ତାମିଲନାଡୁରୁ ଆସିଥିବା ବିଦ୍ୱାନଙ୍କ ଦ୍ୱାରା ଏହି ସେନଗୋଲ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରାଯିବ ଏବଂ ପରେ ଏହା ସଂସଦରେ ସ୍ଥାୟୀ ଭାବରେ ସ୍ଥାପନା କରାଯିବ । ଏହା ପୂର୍ବରୁ ଏହି ରାଜଦଣ୍ଡ ବା ସେନଗୋଲ ଆହ୍ଲାବାଦ ସଂଗ୍ରହାଳୟରେ ରଖାଯାଇଥିଲା ।

ଅମିତ ଶାହା କହିଛନ୍ତି ସ୍ୱାଧୀନତା ସମୟରେ ଯେତେବେଳେ ପଣ୍ଡିତ ନେହେରୁଙ୍କୁ ପଚରାଗଲା ଯେ, ସତ୍ତା ହସ୍ତାନ୍ତର ସମୟରେ କଣ ଆୟୋଜନ ହେବା ଉଚିତ? ସେତେବେଳେ ନେହେରୁ ନିଜ ସହଯୋଗୀଙ୍କ ସହ ଏ ବିଷୟରେ ଚର୍ଚ୍ଚା କରିଥିଲେ । ଏହି ସମୟରେ ସେନଗୋଲ୍ ପ୍ରକ୍ରିୟାକୁ ଚିହ୍ନଟ କରାଯାଇଥିଲା । ପଣ୍ଡିତ ନେହେରୁ ପବିତ୍ର ସନଗୋଲକୁ ତାମିଲନାଡୁରୁ ମଗାଇ ଇଂରେଜମାନଙ୍କ ଠାରୁ ଏହାକୁ ସ୍ୱୀକାର କରିଥିଲେ । ଏହାର ଅର୍ଥ ଥିଲା ପାରମ୍ପାରିକ ତରିକାରେ ସତ୍ତା ବା କ୍ଷମତା ହାତକୁ ଆସିବା ।

ଶାହା ଆହୁରି କହିଛନ୍ତ ସେନଗୋଲ୍ ଯାହାକୁ ପ୍ରାପ୍ତ ହୋଇଥାଏ ତାଙ୍କ ଠାରୁ ନିଃଷ୍ପକ୍ଷ ଓ ନ୍ୟାୟପୂର୍ଣ୍ଣ ଶାସନ ଆଶା କରାଯାଇଥାଏ । ଏହା ଚୋଳ ସାମ୍ରାଜ୍ୟ ସହ ଜଡିତ । ତାମିଲନାଡୁର ପୂଜାରୀଙ୍କ ଦ୍ୱାରା ଏହାକୁ ଧାର୍ମିକ ଅନୁଷ୍ଠାନରେ ପରିବର୍ତ୍ତନ କରାଯାଇଛି । ଶାହା ଆହୁରି କହିଛନ୍ତି ୧୯୪୭ ପରେ ଏହାକୁ ଆଉ କେହି ମନେ ପକାଇ ନ ଥିଲେ । ୧୯୭୧ରେ ତାମିଲ ବିଦ୍ୱାନମାନେ ଏହି ସେନଗୋଲ୍ ର କଥା ଉଠାଇଥିଲେ ଓ ପୁସ୍ତକରେ ଏହାର ଉଲ୍ଲେଖ କରିଥିଲେ । ଅନ୍ୟପକ୍ଷରେ ଭାରତ ସରକାର ୨୦୨୧-୨୨ରେ ଏହାର ଉଦାହରଣ ଦେଇଥିଲେ । ସଂସଦ ଭବନ ଉଦଘାଟନ ସମୟରେ ଜଣେ ୯୬ ବର୍ଷୀୟ ତାମିଲ ବିଦ୍ୱାନ ଉପସ୍ଥିତ ରହିବେ ଯିଏ କି ୧୯୪୭ରେ ଉପସ୍ଥିତ ଥିଲେ ।

 ସେନଗୋଲ ଶବ୍ଦ ସଂସ୍କୃତ ସଙ୍କୁରୁ ନିଆଯାଇଛି ଯାହାର ଅର୍ଥ ଶଙ୍ଖ । ଶଙ୍ଖ ହିନ୍ଦୁ ଧର୍ମର ଏକ ପବିତ୍ର ବସ୍ତୁ । ଏହାକୁ ସଂପ୍ରଭୁତାର ପ୍ରତୀକ ରୂପରେ ବ୍ୟବହାର କରାଯାଏ । ସେନଗୋଲ୍ ବା ରାଜଦଣ୍ଡ ଭାରତୀୟ ସମ୍ରାଟଙ୍କ ଶକ୍ତି ଓ ଅଧିକାରର ପ୍ରତୀକ ଥିଲା । ଏହା ସୁନା ଓ ରୂପାରେ ତିଆରି କରାଯାଇଥିଲା । ଏହାକୁ ପ୍ରାୟ ସମୟରେ ଦାମୀ ପଥରରେ ସଜା ଯାଇଥାଏ । ୧୯୪୭ ପର ଠାରୁ ଭାରତରେ ଏହି ରାଜଦଣ୍ଡର ଉପଯୋଗ ହୋଇ ନ ଥିଲା ।

Get real time updates directly on you device, subscribe now.