fbpx

‘ସାର୍ ମୋତେ ରାତିରେ ରୁମକୁ ଡାକୁଥିଲେ ଆଉ….’ ମହିଳା ଫୁଡ୍ ଇନ୍ସପେକ୍ଟରଙ୍କ ଗୁରୁତର ଅଭିଯୋଗ ପରେ ପଦରୁ ହଟିଲେ ଏସଡିଏମ୍

ଭୋପାଳ: ମଧ୍ୟପ୍ରଦେଶର ଦେୱାସ ଜିଲ୍ଲାରେ ଜଣେ ମହିଳା ଫୁଡ ଇନ୍ସପେକ୍ଟର ଏସଡିଏମଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏସଡିଏମ ସନ୍ତୋଷ ତିୱାରୀ ମହିଳାଙ୍କ ପ୍ରତି ଅଶ୍ଲୀଳ ଆଚରଣ କରିଥିବା ଅଭିଯୋଗ ହୋଇଛନ୍ତି । ମହିଳା ଜଣକ ପ୍ରେସ୍ କନଫରେନ୍ସ ମାଧ୍ୟମରେ ଏହି ଘଟଣାକୁ ସର୍ବସାଧାରଣରେ ଜଣାଇବା ପରେ ଜିଲ୍ଲାରେ ହଡ଼କମ୍ପ ସୃଷ୍ଟି ହୋଇଯାଇଛି ।

ମହିଳା ଜଣକ କହିଛନ୍ତି ଯେ, ଏସଡିଏମ ତାଙ୍କୁ ହ୍ୱାଟସଆପରେ ଖରାପ ମେସେଜ୍ ପଠାଇବା ସହ ଅଫିସକୁ ଡକାଇ ବିଭିନ୍ନ ପ୍ରକାର ଯୌନ ହରକତ କରୁଥିଲେ । ଏହି ଘଟଣା ମହିଳା ଜଣକ ତାଙ୍କ ପତିଙ୍କୁ ଜଣାଇବା ପରେ ସେ ସମସ୍ତ ପ୍ରମାଣପତ୍ର ସହ କଲେକ୍ଟରଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣା ପରେ ଜିଲ୍ଲାପାଳ ଅଭିଯୁକ୍ତ ଏସଡିଏମ ସନ୍ତୋଷଙ୍କୁ ପଦରୁ ହଟାଇ ଦେବା ସହ ଘଟଣାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରିଛନ୍ତି । ଏସଡିଏମ ଜଣକ ମହିଳାଙ୍କ ପ୍ରତି କରିଥିବା ସମସ୍ତ ହରକତ ବେଆଇନ ଅଟେ । ତେଣୁ ଏହି ଘଟଣାର ତଦନ୍ତ ଚାଲିଥିବା କଲେକ୍ଟର ସୂଚନା ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.