fbpx
BSKY SKY
BSKY SKY

ଇଂଲଣ୍ଡକୁ ଟେଷ୍ଟ ସିରିଜରେ କେତେ ବ୍ୟବଧାନରେ ହରାଇବ ଭାରତୀୟ ଦଳ, ଭବିଷ୍ୟତବାଣୀ କଲେ ସୁନିଲ ଗାଭାସ୍କର

BSKY

ନୂଆଦିଲ୍ଲୀ : ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ପରେ ଭାରତ ଅଗଷ୍ଟ ୪ରୁ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ଇଂଲଣ୍ଡ ବିରୋଧରେ ୫ ମ୍ୟାଚର ଟେଷ୍ଟ ସିରିଜ୍ ଖେଳିବ । ଏ ନେଇ ଗୁରୁବାର ଭୋର ସକାଳୁ ଇଂଲଣ୍ଡ ଯାତ୍ରା କରିଥିବା ଭାରତୀୟ ଦଳ ସାଉଥମ୍ପଟନରେ ପହଂଚି ସାରିଛି । ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନେକ ବରିଷ୍ଠ ପୂର୍ବତନ ଦିଗଜ ଖେଳାଳି ସିରିଜର ପରିଣାମକୁ ନେଇ ନିଜର ପୂର୍ବାନୁମାନ ଏବଂ ଭବିଷ୍ୟତବାଣୀ କରିବାରେ ଲାଗିଛନ୍ତି । ଏହି କ୍ରମରେ ଭାରତର ମହାନ ଟେଷ୍ଟ ଖେଳାଳି ସୁନିଲ ଗାଭାସ୍କର ମଧ୍ୟ ଭାରତ-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳାକୁ ନେଇ ଭବିଷ୍ୟତବାଣୀ କରିଛନ୍ତି ।

ଗାଭାସ୍କର ଟେଲିଗ୍ରାଫ ସହ ଆଲୋଚନା ବେଳେ କହିଛନ୍ତି, ଟେଷ୍ଟ ସିରିଜ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲର ପ୍ରାୟ ଛଅ ସପ୍ତାହ ପରେ ଆରମ୍ଭ ହେବ । ଫଳରେ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲାର ଫଳାଫଳର ପ୍ରଭାବ ଦଳ ଉପରେ କମ ରହିବ । ଟେଷ୍ଟ ସିରିଜ ଅଗଷ୍ଟ-ସେପ୍ଟେମ୍ବରରେ ଖେଳାଯାଉଥିବାରୁ ଭାରତ ସିରିଜରେ ୪-୦ରେ ବିଜୟୀ ହେବ । ଚଳିତ ବର୍ଷ ଭାରତରେ ପିଚକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିଥିବା ଇଂଲଣ୍ଡ ହୋଇପାରେ ଭାରତକୁ ସବୁଜ ପିଚ ଦେଇପାରେ ।

ଗାଭାସ୍କର କହିଛନ୍ତି, ସବୁଜ ପିଚରେ ଖେଳିବା ଏବେ ଭାରତୀୟ ଦଳ ପାଇଁ ମୁସ୍କିଲ କାମ ନୁହେଁ । ଭାରତୀୟ ଦଳ ଏମିତି ପିଚରେ ଖେଳି ଅଷ୍ଟ୍ରେଲିଆକୁ ତାରି ମାଟିରେ ହରାଇ ସାରିଛି । ପୁଣି ଭାରତୀୟ ଦଳରେ ଏମିତି ଦ୍ରୁତ ବୋଲିଂ ଆକ୍ରମଣ ରହିଛି, ଯାହା ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ଖୁବ୍ ହଇରାଣରେ ପକାଇ ପାରିବେ । ଦଳ ଏବେ ସାଉଥମ୍ପଟନରେ ପହଂଚି ସାରିଛି, ଯେଉଁଠି ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଖେଳାଯିବ ।

Get real time updates directly on you device, subscribe now.