fbpx

ସମୁଦ୍ରରେ ବଢିବ ଭାରତର ତାକତ୍: ୬ ବୁଡ଼ାଜାହାଡ ପାଇଁ ୫୦ ହଜାର କୋଟି ମଞ୍ଜୁର

ନୂଆଦିଲ୍ଲୀ: ଗତ କିଛି ମାସ ଧରି ପୂର୍ବ ଲଦାଖରେ ଚୀନ ସହ ଚାଲିଥିବା ବିବାଦ ଓ ଜମ୍ମୁ-କାଶ୍ମୀରରେ ପାକିସ୍ତାନୀ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତ ନିଜ ସେନାର ଶକ୍ତି ବଢାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ସମୁଦ୍ରରେ ନିଜର ଶକ୍ତି ବଢାଇବାକୁ ଯୋଜନା କରିଛି ଭାରତ । ଖବର ମିଳିଛି ଯେ, ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପୋଜେକ୍ଟ ୭୫ –ଇଣ୍ଡିଆ ଅଧିନରେ ୬ ବୁଡ଼ାଜାହାଜ ନିର୍ମାଣକୁ ମଞ୍ଜୁରୀ ମିଳିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ପ୍ରୋଜେକ୍ଟ ପାଇଁ ୫୦ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛିି ।

ସବମରୀନ ମେଡ ଇନ ଇଣ୍ଡିଆ ପ୍ରୋଜେକ୍ଟ ଅଧିନରେ ଏହି ସମସ୍ତ ବୁଡ଼ାଜାହାଜ ପ୍ରସ୍ତୁତ କରାଯିବ । ଏହି ପ୍ରୋଜେକ୍ଟକୁ ସ୍ୱଦେଶୀ କମ୍ପାନୀ ମଇଗାଙ୍ଗ ଡାକ୍ସ ଲିମିଡେଟ ଓ ଏଲ ଆଣ୍ଡ ଟିକୁ ଦିଆଯାଇଛି । ଏହି ପ୍ରୋଜେକ୍ଟ ପାଇଁ ୨ କମ୍ପାନୀ କୌଣସି ଏକ ବିଦେଶୀ ଜାହାଜ କାରଖାନା ସହ ମିଶି ସୂଚନା ପ୍ରସ୍ତୁତି କରିବେ ଓ ଏହା ପରେ ବିଡ ଲଗାଇବେ ।

ତେବେ ସମୁଦ୍ରରେ ଚୀନର ଦବଦବା ଦେଖି ଭାରତୀୟ ନୌସେନା ପ୍ରୋଜେକ୍ଟ ୭୫-ଇଣ୍ଡିଆର ଶୁଭାରମ୍ଭ କରିଥିଲେ । ପ୍ରୋଜେକ୍ଟ ଅନ୍ତର୍ଗତ ୬ ବଡ ବଡ଼ଜାହାଜ ନିର୍ମାଣ ଚାଲିଛି, ଯାହାକି ଡିଜେଲ ଓ ବୈଦ୍ୟୁତିକ ଭିତ୍ତିକ ହେବ । ଏହି ବୁଡ଼ାଜାହାଜର ଖାସ୍ ବିଷୟ ହେଉଛି କି, ଏହା ସ୍କର୍ପିୟନଠାରୁ ୫୦ ପ୍ରତିଶତ ବଡ ହେବ ।

Get real time updates directly on you device, subscribe now.