fbpx

ପରସ୍ପର ହାତ ଧରି ଶୋଉଥିବା ଜୀବ: ସଙ୍ଗମ ସହ ପାଣିରେ କରନ୍ତି ଛୁଆ ଜନ୍ମ

Advertisement

ପରସ୍ପର ହାତ ଧରି ଶୋଉଥିବା ଜୀବ ମନୁଷ୍ୟ ଏକ ସାମାଜିକ ପ୍ରାଣୀ ବୋଲି ଆମେ ପିଲା ବେଳୁ ଶୁଣି ଆସିଛନ୍ତି ଓ ଦେଖି ଆସିଛନ୍ତି । ତେବେ ଅନ୍ୟ ପ୍ରାଣୀମାନଙ୍କର ସାମାଜିକ ସହାବସ୍ଥାନ ମଧ୍ୟ କିଛି କମ୍ ନୁହେଁ । ଏହି କ୍ରମରେ ଜଳଚର ଜୀବ ସମୁଦ୍ର ଓଧ ବା ଜଳମାର୍ଜାରର ସାମାଜିକ ସହଯୋଗ ଆଶ୍ଚର୍ଯ୍ୟଜନକ । ବିଶେଷ କରି ଶିକାର କରିବା, ଖାଇବା, ସଂଗମ କରିବା ଓ ଛୁଆ ଜନ୍ମ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଣି ଭିତରେ ସମ୍ପନ୍ନ କରୁଥିବା ଏହି ଜୀବମାନେ ଶୋଇଲା ବେଳେ ପରସ୍ପର ସହ ହାତ ଧରାଧରି ହୋଇ ଶୋଇଥା’ନ୍ତି ।

ଅବଶ୍ୟ ଏହା ପଛରେ ଏକ ରୋଚକ କାରଣ ରହିଛି । ଜାଗ୍ରତ ଥିଲା ବେଳେ ସିନା ସମୁଦ୍ର ସୁଅ ବିରୋଧରେ ସେମାନେ ପହଁରି ନିଜ ଇଚ୍ଛା ମୁତାବକ ସ୍ଥାନରେ ପହଞ୍ଚି ପାରିବେ । ମାତ୍ର ନିଦ୍ରା ଗଲା ବେଳେ ସେମାନେ ନିଜ ଗୋଷ୍ଠୀ ଠାରୁ ଅନ୍ୟତ୍ର ଭାସି ଯିବାର ଆଶଙ୍କା ରହିଛି ।

ତେଣୁ ଏକାଧିକ ଓଟର ପରସ୍ପରର ହାତ ଧରି ଶୋଇବା ସେମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ଆଉ ଏକ ମଜା କଥା ହେଲା, ସେମାନେ ନିଘଞ୍ଚ ସାମୁଦ୍ରିକ ତୃଣ ଜଙ୍ଗଲରେ ମଧ୍ୟ ବିଚରଣ କଲା ବେଳେ ପରସ୍ପରର ହାତ ଧରି ପହଁରିଥା’ନ୍ତି । ଏହା ସେମାନଙ୍କୁ ବାଟ କଢ଼ାଇବାରେ ସାହାଯ୍ୟ କରିଥାଏ । ଏହି ଇତର ପ୍ରାଣୀଙ୍କର ଏ ପ୍ରକାର ସହଯୋଗିତାକୁ ‘ଭେଳା ଗଠନ’ ବା ରାଫ୍ଟିଂ କୁହାଯାଏ । ଏହାଦ୍ୱାରା ସେମାନେ ଦଳଗତ ଭାବେ ବଞ୍ଚିବା ସହ ନିଜକୁ ମଧ୍ୟ ବିପଦମୁକ୍ତ ରଖିପାରିଥା’ନ୍ତି ।

 

Get real time updates directly on you device, subscribe now.