fbpx

Video: ସମୁଦ୍ରର ଶାର୍କ ଭୂମି ଉପରେ ଚାଲୁୁଛି, ଆଗାମୀ ଦିନରେ ମାଛମାନେ ମଣିଷକୁ ସ୍ଥଳଭାଗରେ ଆକ୍ରମଣ କରିବେ…

ମାଛ ମାଟି ଉପରେ ଆସି ମଣିଷଙ୍କୁ କାମୁଡି ପାରିବ। ହଁ ଆଜ୍ଞା ଏମିତି କିଛି ଅନୁମାନ କରାଯାଉଛି ସମୁଦ୍ରରେ ପହଁରୁଥିବା ଶାର୍କକୁ ଦେଖି। ସମୁଦ୍ର ଭିତରେ ଏମିତି ଏକ ସାର୍କ ରହିଛି ଯିଏ କି ବାକି ଜୀବଙ୍କ ପରି ସାଧାରଣ ଭାବେ ପାଣି ଭିତରେ ଚାଲି ପାରୁଛି। ଏହି ମାଛଟିକୁ ଏବେ ମାଟି ଉପରେ ଚାଲିବାର ଦେଖିବାକୁ ମିଳୁଛି। ତେବେ ଏଠାରେ ସମସ୍ତଙ୍କ ମନରେ ଏମିତି ପ୍ରଶ୍ନ ଆସିପାରିବ, ମାଛ ପୁଣି କେମିତି ଚାଲିପାରିବ । ପାଣିରେ ବୁଲୁଥିବା ସାର୍କଟି କେମିତି ଚାଲିପାରୁଛି, ତେବେ ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ବିଶ୍ୱରେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ହେଉଥିବା ନେଇ ଏଭଳି ଘଟୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।

ତେବେ ଶାର୍କର ସ୍ଥଳଭାଗରେ ଚାଲିବାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଟାରେ ଆମେ କହିପାରିବା ଯଦି ଏପରି ଭାବେ ସାର୍କ ଚାଲିଥାଏ, ତେବେ ଆଗକୁ କିଛି ବର୍ଷ ମଧ୍ୟରେ ଶାର୍କ ପାଇଁ ମଣିଷ ସ୍ଥଳଭାଗରେ ରହିବାକୁ ଜାଗା ପାଇ ନପାରେ। ଏକଥା ଆମେ କହୁନୁ ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି। ଏହାର ପ୍ରକୃତ କାରଣ ମଧ୍ୟ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ବୈଜ୍ଞାନିକ ମାନେ। ସାଧାରଣ ଭାବେ ସମୁଦ୍ରରେ ପହଁରୁଥିବା ଶାର୍କ ମାଛ ବେଳେବେଳେ ମଣିଷ ଉପରେ ଆକ୍ରମଣ କରିଥାଏ। ତେବେ ଭବିଷ୍ୟତରେ ଶାର୍କ ସ୍ଥଳ ଭାଗରେ ମଣିଷକୁ ଦୌଡ଼ାଇ ଦୌଡ଼ାଇ ଆକ୍ରମଣ କରିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । ଭବିଷ୍ୟତରେ ଏପରି କିଛି ସ୍ଥାୟୀ ବିକାଶ ହୋଇପାରେ। ତେବେ ଶାର୍କ ଏପରି ଜାଣିଶୁଣି କରୁନାହିଁ। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସେ ଏପରି କରିବାକୁ ବାଧ୍ୟ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି।

ଗତ ମେ ମାସ ୩ ତାରିଖରେ ଫ୍ଲୋରିଡ଼ାର ଅଟଲାଣ୍ଟିକ ୟୁନିଭରସିଟିର ଜଣେ ବୈଜ୍ଞାନିକ ଏକ ରିସର୍ଚ୍ଚ ପାଇଁ ଶାର୍କର ରେକର୍ଡିଂ କରୁଥିଲେ। ତେବେ ଏହି ସମୟରେ ସେ କିଛି ଅଜବ ଦୃଶ୍ୟକୁ ଦେଖିଥିଲେ। ଶାର୍କକୁ ଚାଲିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଦୃଶ୍ୟ ନିଶ୍ଚିତ ଭାବେ ଏକ ଭୟାନକ ଘଟଣା ଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭୂମି ଉପରେ ଚାଲୁଥିବା ଶାର୍କର ଆକାର ଏତେ ବଡ଼ ନଥିଲା, ତାହା ମାତ୍ର ୩ ଫୁଟ ଲମ୍ବ ବିଶିଷ୍ଟ ଥିଲା। ଯଦି ମାଛମାନେ ଚାଲିବା ଶିଖିଯିବେ ତେବେ ଭବିଷ୍ୟତରେ ସେମାନେ ପାଣିରୁ ବାହାରି ଆସି ମଣିଷ ଉପରେ ଆକ୍ରମଣ କରିପାରନ୍ତି । ତେବେ ସମୁଦ୍ର କ୍ରମାଗତ ଭାବେ ଗରମ ହେବା କାରଣରୁ ଅକ୍ସିଜେନର ସ୍ତର କମ୍ ହୋଇଥାଏ । ତେଣୁ ସେମାନେ ଲହରୀ ସହିତ କୂଳ ଆଡ଼କୁ ଚାଲି ଆସିଥାନ୍ତି ବୋଲି କୁହାଯାଉଛି । ଶାର୍କ ଉପରେ କରାଯାଇଥିବା ଏହି ରିସର୍ଚ୍ଚରୁ ପ୍ରଥମ ଥର ପାଇଁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

 

 

 

Get real time updates directly on you device, subscribe now.