fbpx

ଭୁବନେଶ୍ବର: ବହୁରୂପୀ ଏଣ୍ଡୁଅ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ, ଦୁଇ ଜଣଙ୍କୁ ଗିରଫ କଲା ବନ ବିଭାଗ

ଭୁବନେଶ୍ୱର: ବହୁରୂପି ଏଣ୍ଡୁଅର ମୂଲ୍ୟ ଦେଢ ଲକ୍ଷ ଟଙ୍କା। ଭୁୁବନେଶ୍ୱର ବାଣିବିହାର ସାମ୍ନାରେ ଦେଢ ଲକ୍ଷ ଟଙ୍କାରେ ଏଣ୍ଡୁଅ ବିକ୍ରି କରିବା ସମୟରେ ଦୁଇ ମାଫିଆଙ୍କୁ ମାଡ଼ି ବସିଛି ବନ ବିଭାଗ। ଦୁହେଁ ସମ୍ପର୍କରେ ଅଜା ନାତି ହେବେ ବୋଲି ଜଣା ପଡିଛି। ଦୁଇ ଅଭିଯୁକ୍ତଙ୍କ ନାଁ ରଶ୍ମିରଞ୍ଜନ ଦାସ୍ ଏବଂ କ୍ଷିରୋଦ ମହାନ୍ତି। ଦୁଇଜଣ ଜଗତସିଂହପୁର ବାସିନ୍ଦା ଅଟନ୍ତି। ଡିଲ୍ ବିଷୟରେ ସୂଚନା ପାଇ ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ବନ ବିଭାଗ ମିଳିତ ଭାବରେ ଚଢାଉ କରି ଏହି ସଫଳତା ପାଇଛି।

ଦୁଇ ଅଭୀଯୁକ୍ତଙ୍କ କହିବା ଅନୁସାରେ ଜଟଣୀର ଜଣେ ଲୋକ ସେମାନଙ୍କୁ ୫୦ ହଜାର ଟଙ୍କାରେ ଏହି ଏଣ୍ଡୁଅକୁ ସେମାନଙ୍କୁ ବିକ୍ରି କରିଥିଲା। ଏଣ୍ଡୁଅକୁ ସେମାନେ ଗୋଟିଏ ଦିନ ରଖିବା ପରେ ୧.୫ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରିଥିଲେ। ବନ ବିଭାଗ ତାଙ୍କର ଏହି ବିଷୟରେ ସୂଚନା ପାଇଁ ମୁଖାର୍ଜୀ ପାର୍କ ନିକଟରେ ଡିଲ୍ ସମୟରେ ଚଢାଉ କରିଥିଲା।

ଭୁବନେଶ୍ୱର ଫରେଷ୍ଟ ରେଞ୍ଜ ଅଫିସର ମାନସ ରଞ୍ଜନ ମହାନ୍ତି କହିଛନ୍ତି ଯେ, ବନ୍ୟଜନ୍ତୁଙ୍କୁ ବିକ୍ରି କରିବା ଅପରାଧରେ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି। ଆନ୍ତର୍ଜାତୀୟ ବଜାରରେ ଏହାର ଅଧିକ ଚାହିଦା ଥିବାରୁ ଏତେ ଟଙ୍କାରେ ଏହି ଏଣ୍ଡୁଅ ବିକ୍ରି ହେଉଥବା କୁହାଯାଉଛି। ତେବେ ଏହି ର‌୍ୟାକେଟ୍ କେତେ ଦୁର ଲମ୍ବିଛୁି ଏହାକୁ ଧରିବା ପାଇଁ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ମାନସ ରଞ୍ଜନ ମହାନ୍ତି ।

Get real time updates directly on you device, subscribe now.