fbpx
BSKY
BJD MC SKY
BJD YOUTH SKY

ଶିବଲିଙ୍ଗ ମିଳିଥିବା ଜାଗାକୁ ତୁରନ୍ତ ସିଲ୍ କରନ୍ତୁ, ଜିଲ୍ଲାପାଳ-ସିଆରପିଏଫକୁ ଆଦେଶ ଦେଲେ କୋର୍ଟ

ବାରାଣସୀ: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରେ ଶିବଲିଙ୍ଗ ମିଳିବା ଦାବି ପରେ କୋର୍ଟ ଉକ୍ତ ସ୍ଥାନକୁ ସିଲ୍ କରିବାକୁ ଆଦେଶ ଜାରି କରିଛନ୍ତି। ବାରାଣସୀ କୋର୍ଟ ଜିଲ୍ଲାପାଳଙ୍କୁ ଆଦେଶ ଦେଇ କହିଛନ୍ତି, ଯେଉଁ ସ୍ଥାନରୁ ଶିବଲିଙ୍ଗ ମିଳିଛି, ସେହି ସ୍ଥାନକୁ ତତ୍କାଳ ପ୍ରଭାବରୁ ସିଲ୍ କରନ୍ତୁ ଏବଂ କୌଣସି ବି ବ୍ୟକ୍ତିଙ୍କୁ ସେଠାକୁ ଯିବାକୁ ନ ଦିଅନ୍ତୁ। ଏହାର ଦାୟିତ୍ଵ ଜିଲ୍ଲା ପ୍ରଶାସନ ଏବଂ ସିଆରପିଏଫକୁ ଦିଆଯାଇଛି।

କୋର୍ଟ ଅଧିକାରୀଙ୍କ ବ୍ୟକ୍ତିଗତ ଦାୟିତ୍ଵ ମଧ୍ୟ ନିର୍ଦ୍ଧାରିତ କରିଛନ୍ତି। ନିଜ ଆଦେଶରେ ଅଦାଲତ କହିଛନ୍ତି, ଜିଲ୍ଲା ଅଧିକାରୀ, ପୋଲିସ କମିଶନର ଏବଂ ସିଆରପିଏଫ କମାଡେଣ୍ଟଙ୍କୁ ଆଦେଶ ଦିଆଯାଉଛି ଯେ, ଯେଉଁ ସ୍ଥାନକୁ ସିଲ୍ କରାଯାଉଛି ଉକ୍ତ ସ୍ଥାନର ସୁରକ୍ଷା ଉପରୋକ୍ତ ସମସ୍ତ ଅଧିକାରୀଙ୍କ ବ୍ୟକ୍ତିଗତ ଦାୟିତ୍ଵ ରୂପେ ବିବେଚନା କରାଯାଉଛି। ଯେମିତି ହେଲେ ଅଧିକାରୀ ଏହାର ସଂରକ୍ଷଣ ଏବଂ ସୁରକ୍ଷା କରିବେ।

ସୋମବାର କ୍ରମାଗତ ତୃତୀୟ ଦିନ ଜ୍ଞାନବ୍ୟାପୀ ମସଜିଦର ସର୍ଭେ ହୋଇଛି ଏବଂ ଏହାର ପ୍ରକ୍ରିୟା ପୂରା ହୋଇଛି। ମସଜିଦରୁ ଶିବଲିଙ୍ଗ ମିଳିଥିବା ଦାବି କରାଯାଇଛି। ହିନ୍ଦୁ ପକ୍ଷଙ୍କ ଅନୁଯାୟୀ, ଯେମିତି ବଜୁଖାନାରୁ ପାଣି ବାହାର କରାଗଲା, ସମସ୍ତେ ଝୁମି ଉଠିଥିଲେ, କାରଣ ସେଠାରେ ୧୨.୮ ଫୁଟର ବ୍ୟାସ୍ ଶିବଲିଙ୍ଗ ଥିଲା।

ସର୍ଭେ ପରେ ହିନ୍ଦୁ ପକ୍ଷଙ୍କ ଓକିଲ ସୋହନଲାଲ କହିଛନ୍ତି ଯେ, ମସଜିଦରୁ ବାବା ବିଦ୍ୟମାନ ଅଛନ୍ତି। ଏହାର ଅର୍ଥ ଶିବ ଲିଙ୍ଗ ମିଳିଛି। ପାଣି କାଢିବା ମାତ୍ରେ ବିଶାଳ ଶିବ ଲିଙ୍ଗ ପ୍ରକଟ ହୋଇଛି। ଏହାର ଗଭୀରତା ମଧ୍ୟ ଖୁବ୍ ରହିଛି। ହିନ୍ଦୁ ପକ୍ଷକାର ସୋହନଲାଲ ଆର‌୍ୟ୍ୟ କହିଛନ୍ତି ଆଜି ବାବା ମିଳି ଯାଇଛନ୍ତି। କଳ୍ପନାଠୁ ଅଧିକ ପ୍ରମାଣ ମିଳିଛି। ମସଜିଦ ପରିସରରେ ସର୍ଭେ ସମୟରେ ସୋହନଲାଲ ମଧ୍ୟ କୋର୍ଟ କମିଶନରଙ୍କ ସହିତ ଉପସ୍ଥିତ ଥିଲେ।

ଅନ୍ୟପଟେ ହିନ୍ଦୁ ପକ୍ଷଙ୍କ ଶିବଲିଙ୍ଗ ମିଳିବା ଦାବିକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ମୁସଲିମ ପକ୍ଷ। ସେମାନଙ୍କର କହିବା କଥା ଭିତରେ ସେମିତି କିଛି ମିଳିନାହିଁ, ଯେମିତି ଦାବି କରାଯାଉଛି। ହିନ୍ଦୁ ପକ୍ଷୀଙ୍କ ଦାବି ପରେ କୋର୍ଟ କମିଶନର ଅଜୟ କୁମାର ମିଶ୍ର କୋର୍ଟ ଗାଇଡଲାଇନ୍ ଯୋଗୁଁ ଶିବଲିଙ୍ଗ ମାମଲାରେ ନିରବ ରହିଥିଲେ।

Get real time updates directly on you device, subscribe now.