fbpx

ଶ୍ରେଣୀଗୃହର ସିଲିଂ ଖସି ଆହତ ହେଲେ ଛାତ୍ର: କିଛି ଦିନ ତଳେ ସରକାର ଦେଇଥିଲେ ସ୍ମାର୍ଟ କ୍ଲାସରୁମର ଟ୍ୟାଗ

ବାରିପଦା: କ୍ଲାସ ରୁମରେ ଖସିଲା ସିଲିଂ । ଦୁର୍ଘଟଣାରେ ୩ ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ସ୍ମାର୍ଟ କ୍ଲାସ ରୁମର ଏଭଳି ପରିସ୍ଥିତି ଏବେ ସରକାର ଏବଂ ସରକାରୀ ଯୋଜନାକୁ ଆଙ୍ଗୁଠି ଦେଖାଇଛି । କିଛି ଦିନ ତଳେ ଯେଉଁ ସ୍କୁଲକୁ ସ୍ମାର୍ଟ କ୍ଳାସ ରୁମ ବୋଲି ଘୋଷଣା ହୋଇଥିଲା । ଆଜି ସେହି ସ୍କୁଲର ସିଲିଂ ଖସି ୩ ଜଣ ଛାତ୍ର ଆହତ ହୋଇଛନ୍ତି ।

ମୟୁରଭଞ୍ଜ ଯଶୀପୁରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଯଶୀପୁର ବାକରତଳା ହାଇସ୍କୁଲରେ ଦଶମ କ୍ଳାସରୁମର ସିଲିଂ ଖସି ପଡିଥିବା ଜଣାଯାଇଛି । ଏହି ଦୁର୍ଘଟରା ଫଳରେ ମୋଟ ୩ ଜଣ ଛାତ୍ର ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗଣିତ କ୍ଲାସ ଚାଲିଥିବା ବେଳେ ପିଲାଙ୍କ ଉପରେ ଖସି ପଡିଥିଲା ସ୍କୁଲର ସିଲିଂ । ଆହତ ହୋଇଥିବା ତିନି ଜଣ ଛାତ୍ରଙ୍କୁ ନିକଟସ୍ଥ ଟାଟୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହାକୁ ସ୍ମାର୍ଟ କ୍ଲାସରୁମ ବୋଲି ଘୋଷଣା କରାଯାଇଥିବା ବେଳେ ଏଭଳି ଏକ ଅଘଟଣ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି ।

Get real time updates directly on you device, subscribe now.