fbpx

ଗାଡ଼ିର ସମସ୍ତ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ଅଚାନକ ମୃତ୍ୟୁ ପରେ କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ଗାଡ଼ିରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ସିଟ ବେଲ୍ଟ ପନ୍ଧିବା ବାଧ୍ୟତାମୂଳକ । ଡ୍ରାଇଭିଂ ସିଟରେ ହେଉ କି ପଛ ସିଟରେ ହେଉଛ ସମସ୍ତେ ସିଟ ବେଲ୍ଟ ପିନ୍ଧିବେ । କେନ୍ଦ୍ର ରାଜପଥ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏ ବାବଦରେ ସୂଚନା ଦେଇଛନ୍ତି ।

କେନ୍ଦ୍ର କ୍ୟାବିନେଟର ନୂଆ ନିଷ୍ପତ୍ତି ଅନୁଯାୟୀ, ଏଣିକି ପଛ ସିଟରେ ବସୁଥିବା ଯାତ୍ରୀ ଯଦି ସିଟ୍ ବେଲ୍ଟ ନ ପିନ୍ଧିବେ ତେବେ ତାଙ୍କଠାରୁ ଚାଲାଣ କଣାଯିବ । ପଛ ସିଟରେ ବସୁଥିବା ଯାତ୍ରୀ ବେଲ୍ଟ ଲଗାଇବା ପାଇଁ କ୍ଲିପ ବ୍ୟବସ୍ଥା କରାଯିବ । ପଛ ଯାତ୍ରୀ ଯଦି ବେଲ୍ଟ ନ ପିନ୍ଧିବେ ତେବେ ଆଲାର୍ମ ବାଜି ଉଠିବ ବୋଲି କୁହାଯାଉଛି । ଆସନ୍ତା ତିନି ଦିନ ମଧ୍ୟରେ ଏନେଇ ନିର୍ଦ୍ଦେଶନାମା ଜାରି ହେବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ମୁମ୍ବାଇ-ଅହମ୍ମଦାବାଦ ହାଇୱେରେ ଏକ କାର ଦୁର୍ଘଟଣାରେ ସାଇରସଙ୍କ ମୃତ୍ୟୁ ଘଟିଥିଲା । ମୁମ୍ବାଇ ନିକଟସ୍ଥ ଏକ ଡିଭାଇଡରରେ ତାଙ୍କର କାର ଧକ୍କା ହୋଇ ଏହି ବଡ଼ଧରଣର ଦୁର୍ଘଟଣା ଘଟିଥିଲା । ଓଭରସ୍ପିଡ ଓ ରଙ୍ଗ ସାଇଡରୁ ଓଭରଟେକ କାରଣରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ଯାଞ୍ଚ ପରେ ପୋଲିସ କହିଥିଲା । ମାତ୍ର କାର ପଛରେ ବସିଥିବା ସାଇରସ ସିଟ୍ ବେଲ୍ଟ ପିନ୍ଧି ନଥିଲେ ବୋଲି ଏବେ କୁହାଯାଉଛି । ଉକ୍ତ ଦୁର୍ଘଟଣା ପରେ ମୋଦୀ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.