ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, ଯାତ୍ରା ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ମିଳିବ Seat Confirmationର ଅପଡେଟ୍
ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏବେ ବହୁତ ସମୟ ପୂର୍ବରୁ ମିଳିବ ସିଟ୍ କନଫର୍ମେସନର ଅପଡେଟ୍
ନୂଆଦିଲ୍ଲୀ: ଭାରତୀୟ ରେଲୱେ ନିଜ ଯାତ୍ରୀମାନଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛି। ଖୁବଶୀଘ୍ର ଯାତ୍ରୀମାନଙ୍କୁ ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ମିଳିବ ସିଟ୍ କନଫର୍ମେସନର ଅପଡେଟ୍। ବର୍ତ୍ତମାନ ୪ ଘଣ୍ଟା ପୂର୍ବରୁ ଏହି ସୂଚନା ପ୍ରଦାନ କରାଯାଉଛି।
ଖବର ମୁତାବକ, ରେଲୱେ ଏକ ଏଭଳି ଏକ ପ୍ରଣାଳୀ ଉପରେ କାର୍ଯ୍ୟ କରୁଛି, ଯେଉଁଥିରେ ଯାତ୍ରୀ ଚାର୍ଟକୁ ଟ୍ରେନ ଗସ୍ତ ହେବାର ମାତ୍ର ୪ ଘଣ୍ଟା ପୂର୍ବରୁ ଜାରି କରିବାର ଘଣ୍ଟାକୁ ବଢାଇ ୨୪ ଘଣ୍ଟା ପୂର୍ବରୁ କନଫର୍ମ ସିଟଗୁଡ଼ିକ ସହ ଜାରି କରାଯିବ।
ବର୍ତ୍ତମାନ ୱେଟିଂ ଟିକେଟର ଯାତ୍ରୀମାନେ ଖାସକରି ଦୂର-ଦୂରାନ୍ତର ଅଞ୍ଚଳରୁ ଟ୍ରେନ୍ ଧରିବା ଲାଗି ଆସିଥିବା ଯାତ୍ରୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା। ୨୪ ଘଣ୍ଟା ପୂର୍ବରୁ ସିଟ୍ କନଫର୍ମେସନର ଅପଡେଟ୍ ମିଳିବାରେ ସେମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ।
ରେଲୱେର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୨୪ ଘଣ୍ଟା ପୂର୍ବରୁ ସିଟ୍ କନଫର୍ମେସନର ଅପଡେଟ୍ ଦେବା ଲାଗି ୬ ଜୁନରୁ ରାଜସ୍ଥାନର ବୀକାନେର ଡିଭିଜନରେ ଏକ ପାଇଲଟ ପ୍ରୋଜେକ୍ଟ ରନ କରାଯାଇଛି ଏବଂ ଏପର୍ଯ୍ୟନ୍ତ କୌଣସି ସମସ୍ୟା ଦେଖାଯାଇ ନାହିଁ। ଆମେ ଯେକୌଣସି ସମସ୍ୟାର ଚିହ୍ନଟ କରିବା ଏବଂ ତାକୁ ଠିକ୍ କରିବା ଲାଗି ଆଉ କିଛି ସପ୍ତାହ ପର୍ଯ୍ୟନ୍ତ ଏହି ପାଇଲଟର ରନକୁ ଚଳାଇବୁ।