fbpx
BJD SKY
BJD SKY

SEBI ବଦଳାଇବ ଦୁଇଟି ନିୟମ: ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିଲେ ଜରୁରୀ ଖବର

BJD

ନୂଆଦିଲ୍ଲୀ: ଆପଣମାନେ ଯଦି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି ତେବେ ଏ ନେଇ ଆସିଛି ଏକ ବଡ଼ ଖବର । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମ୍ୟୁଚୁଆଲ ଫଣ୍ଡକୁ ନେଇ କରିବାକୁ ଯାଉଛି ଦୁଇଟି ବଡ଼ ପରିବର୍ତ୍ତନ । ଫ୍ରଡ ମାମଲା ଉପରେ ରୋକ ଲଗାଇବା ଲକ୍ଷ୍ୟରେ ସେବି ଏହି ପଦକ୍ଷେପ ନେବାକୁ ଯାଉଛି । ଏଥିସହିତ ଜଏଣ୍ଟ ଆକାଉଣ୍ଟ ଜରିଆରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ପାଇଁ ନୋମିନେସନ ପ୍ରକ୍ରିୟାକୁ ଅପ୍ସନାଲ କରିଦେଇଛି । ଏହି ଦୁଇଟି ପରିବର୍ତ୍ତନ ହେବା ଫଳରେ ଗ୍ରାହକଙ୍କ ପାଇଁ ମ୍ୟୁଚୁଆଲ ଫଣ୍ଡରେ ନିବେଶ ପୂର୍ବାପେକ୍ଷା ଅଧିକ ସହଜ ହୋଇପାରିବ ।

ଫ୍ରଡ ଓ ଗଡ଼ବଡ଼ୀକୁ ରୋକିବା ପାଇଁ ସେବି କହିଛି, ଏସେଟ ମ୍ୟାନେଜମେଣ୍ଟ କମ୍ପାନୀ ନିକଟରେ ଏକ ଇନଷ୍ଟିଚ୍ୟୁସନାଲ ମେକାନିଜମ ରହିବା ଜରୁରୀ । ତାହା ବଜାରରେ ହେଉଥିବା ଗଡ଼ବଡ଼ୀର ଆଶଙ୍କାକୁ ଠାବ କରିବା ସହିତ ତାହାକୁ ରୋକି ପାରିବ । ମେକାନିଜମ ଉପରେ ନଜର ରଖାଯିବା ସହିତ ଗଡ଼ବଡ଼ିକୁ ନିୟନ୍ତ୍ରଣ କରାଯିବ । ଏଥିସହିତ ଫ୍ରଣ୍ଟ ରନିଂ, ଇନସାଇଡର ଟ୍ରେଡିଂ, ସମ୍ବେଦନଶୀଳ ତଥ୍ୟର ଖରାପ ବ୍ୟବହାର ମଧ୍ୟ ଚିହ୍ନଟ ହୋଇ ପାରିବ ।

ଫ୍ରଣ୍ଟ-ରନିଂ କ’ଣ: ସେବି ପକ୍ଷରୁ ଏହି ପରିବର୍ତ୍ତନ ନେଇ ମଞ୍ଜୁରୀ ମିଳିବା ପରେ ତା’ ସହାୟତାରେ ଏଏମସି ମ୍ୟାନେଜମେଣ୍ଟର ଦାୟିତ୍ୱ ଓ ଉତ୍ତରଦାୟିତ୍ୱ ବଢ଼ିବ । ଏଥିସହିତ ଏଏମସିରେ ହ୍ୱିସଲ ବ୍ଲୋୟର ମେକାନିଜମ କାରଣରୁ ପାରଦର୍ଶିତା ବଢ଼ିବ । ଯେତେବେଳେ କୌଣସି ବ୍ରୋକର ବା ନିବେଶକ ଗୋପନୀୟ ତଥ୍ୟ ଆଧାରରେ କୌଣସି କାରବାରରେ ସାମିଲ ହୋଇଥାନ୍ତି ତେବେ ତାହାକୁ ‘ଫ୍ରଣ୍ଟ ରନିଂ’ କହନ୍ତି ।

ସେହିପରି ଜଏଣ୍ଟ ଆକାଉଣ୍ଟ ନାମାଙ୍କନକୁ ବୈକପ୍ଲିକ କରିବା ଓ ଫଣ୍ଡ ହାଉସଗୁଡ଼ିକୁ କମୋଡିଟୀ, ବିଦେଶ ନିବେଶର ଦେଖାଶୁଣା ପାଇଁ ଏକ ଫଣ୍ଡ ମ୍ୟାନେଜର ରଖିବାକୁ ଅନୁମତି ଦେବାର ପ୍ରସ୍ତାବକୁ ସାର୍ବଜନିକ କରାଯାଇଛି । ଏବେ ବୋର୍ଡ ପକ୍ଷରୁ ମଞ୍ଜୁୀ ମିଳିସାରିଥିବାରୁ ଏପରି ସ୍ଥିତିରେ ଜଏଣ୍ଟ ମ୍ୟୁଚୁଆଲ ଫଣ୍ଡ ଆକାଉଣ୍ଟରେ ନୋମିନେସନ କରିବା ବୈକପ୍ଲିକ ହୋଇ ସାରିଛି । ଏକ୍ସପର୍ଟଙ୍କ ମତରେ, ନୋମିନେସନରେ ରିହାତି ଦିଆଯିବା ଫଲରେ ନିବେଶକଙ୍କ ସଂଖ୍ୟା ଦ୍ରୁତ ଭାବେ ବଢ଼ିବ । ଏଥିସହିତ ନିବେଶ କରିବା ସହଜ ହେବା ସହିତ ସମସ୍ୟା ମଧ୍ୟ ହ୍ରାସ ପାଇବ ।

Get real time updates directly on you device, subscribe now.