SEBI କଲା ବଡ଼ ଘୋଷଣା: ନଭେମ୍ବର ମାସରୁ ମ୍ୟୁଚୁଆଲ ଫଣ୍ଡ ପାଇଁ ଇନସାଇଡର ଟ୍ରେଡିଂ ନିୟମ ଲାଗୁ ହେବ

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଅନେକ ସମୟରେ ନିୟମରେ ପରିବର୍ତ୍ତନ କରାଯାଇଥାଏ । ଏହା ମଧ୍ୟରେ ମ୍ୟୁଚୁଆଲ ଫଣ୍ଡକୁ ନେଇ ସେବି ନୂଆ ନିୟମ ଲାଗୁ କରିଛି । ମ୍ୟୁଚୁଆଲ ଫଣ୍ଡ ପାଇଁ ଇନସାଇଡର ଟ୍ରେଡିଂକୁ ନେଇ ଆସନ୍ତା ମାସରୁ ସେବି ନୂଆ ନିୟମ ଲାଗୁ କରିବାକୁ ଘୋଷଣା କରିଛି । ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ (ଏଏମସି)ର ମ୍ୟୁଚୁଆଣ୍ଡ ଫଣ୍ଡରେ ନୋମିନେଟ ହୋଇଥିବା ବ୍ୟକ୍ତି ବା ତାଙ୍କର ପରିଜନଙ୍କ ଦ୍ୱାରା କରାଯାଇଥିବା ନେଣଦେଣକୁ ନେଇ ନୂଆ ନିୟମ ଲାଗୁହେବ ।

୧୫ ଲକ୍ଷରୁ ଅଧିକ ହୋଇଥିବା ଟ୍ରାଞ୍ଜାକସନର ସୂଚନା ଦୁଇଟି କାରବାର ଦିନ ଭିତରେ ଅଧିକାରୀଙ୍କୁ ଦେବାକୁ ପଡ଼ିବ । ରିହାତି ପ୍ରାପ୍ତ ଯୋଜନାଗୁଡ଼ିକୁ ଛାଡ଼ି ଅନ୍ୟ ସମସ୍ତ ଯୋଜନାଗୁଡ଼ିକରେ ୧୫ ଲକ୍ଷ ଟଙ୍କାର ସୀମା ଭିତରେ ଟ୍ରାଞ୍ଜାକସନ ହୋଇପାରେ । ନଭେମ୍ବର ପହିଲା ଠାରୁ ତିନି ମାସ ଭିତରେ ନିଜର ନୋମିନେଟେଡ ବ୍ୟକ୍ତି ବା ପରିଜନଙ୍କ ମ୍ୟୁଚୁଆଲ ଫଣ୍ଡର ନିବେଶ ତଥ୍ୟ ଦେବାକୁ ଏଏମସିକୁ ସେବି କହିଛି । ସେବି ଅନୁଯାୟୀ, ଅକ୍ଟୋବର ୩୧ ପର୍ଯ୍ୟନ୍ତ ହୋଇଥିବା ନିବେଶ ବିଷୟରେ ନଭେମ୍ବର ୧୫ ସୁଦ୍ଧା ଶେୟାର ବଜାରକୁ ଦେବାକୁ ପଡ଼ିବ । ଏହାପରେ ତିନି ମାସ ସମାପ୍ତ ହେବା ପରେ କମ୍ପାନୀଗୁଡ଼ିକୁ ୧୦ ଦିନ ଭିତରେ ତଥ୍ୟ ଦେବାକୁ ପଡ଼ିବ ।

Get real time updates directly on you device, subscribe now.