ଜଙ୍ଗଲରେ ସ୍କୁଲ ପିଲା ମିଶି କରୁଥିଲେ ମଦ ଓ ସେକ୍ସ ପାର୍ଟି, ୧୬ ଗିରଫ

ନୂଆଦିଲ୍ଲୀ: କେନିୟାର ମୁରଙ୍ଗାର ଏକ ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀ ମାନେ ମଦ ପାର୍ଟି କରିବା ସହିତ ଯୌନ ସମ୍ବନ୍ଧ ରଖୁଥିବା ବେଳେ ଧରାପଡ଼ିଛନ୍ତି । ଏହି ଘଟଣାରେ ସାମିଲ ଥିବା ୧୬ ଜଣ ଛାତ୍ରଛାତ୍ରୀଙ୍କୁ ପୋଲିସ୍ ଗିରଫ କରିଛି । ଏଥିସହତି ବାକି କିଛି ଜଣଙ୍କୁ ପୋଲିସ୍ ଖୋଜୁଛି ।

ଏହି ସ୍କୁଲ ଦେଶର ଜିଟିଟୁ ଅଞ୍ଚଳରେ ରହିଛି । ଏଠାକାର ପିଲାମାନଙ୍କୁ ପର୍ବପର୍ବାଣୀ ଅବସରରେ ଛୁଟି ଦିଆଯାଇଥିଲା । ଯାହାଫଳରେ ସେମାନେ ଘରକୁ ଯାଇ ବୁଲି ଆସିପାରିବେ । ଏଥିପାଇଁ ପିଲାମାନେ ବସ୍ ରେ ସ୍କୁଲରୁ ବାହାରିଥିଲେ । ହେଲେ ଘରକୁ ଯିବା ବଦଳରେ ମଦ ପିଇ ସେକ୍ସ ପାର୍ଟି କରୁଥିବା ଅବସ୍ଥାରେ ଧରାପଡ଼ିଲେ । ଏନେଇ ସ୍ଥାନୀୟ ମିଡିଆ ରିପୋର୍ଟରୁ ଏହି ଖବର ସାମନାକୁ ଆସିଛି ।

ମଙ୍ଗଳବାର ଦିନ ମାକୁୟୁ ର ବାର୍ ଓ ଜଙ୍ଗଲ ଅଞ୍ଚଳରୁ କିଛି ଛାତ୍ରଛାତ୍ରୀଙ୍କୁ ପୋଲିସ୍ ଗିରଫ କରିଥିଲା । କିଛି ଛାତ୍ରଛାତ୍ରୀଙ୍କୁ ରୁମ୍ ରୁ ବିନା ପୋଷାକରେ ଧରାଯାଇଥିଲା । ଖାଲି ସେତିକି ନୁହେଁ ପାର୍ଟିରୁ ହିରୋଇନ୍ ପରି ନିଶା ଦ୍ରବ୍ୟ ମଧ୍ୟ ଜବତ କରାଯାଇଛି । ବାସ୍ତବରେ ୧୦ ଜଣ ଛାତ୍ରଛାତ୍ରୀ ଏକ ବନ୍ଦ ହୋଇଥିବା ବାର୍ ଭିତରେ ମଦ ଓ ସେକ୍ସ ପାର୍ଟି କରୁଥିଲେ । ଆଉ କିଛି ଜଙ୍ଗଲରେ ଯୌନ କାର୍ଯ୍ୟକଳାପ କରୁଥିବା ଦେଖିବାକୁ ମିଳିଥିଲା । ଧରାପଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଗିରଫ କରାଯାଇ କଷ୍ଟଡିରେ ରଖାଯାଇଛି ଓ ସେମାନଙ୍କ ବାପା-ମାଆଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି ।