fbpx

ଏଥର ବି ପାଳନ ହେବନି ହୋଲି: ପ୍ରଶାସନ ତରଫରୁ ଲାଗିଲା କଡା ପ୍ରତିବନ୍ଧକ

ବାଡମେର: ଦୀର୍ଘ ୩ ବର୍ଷ ପରେ ଚଳିତବର୍ଷ ହୋଲି ଖେଳିବା ପାଇଁ ଲୋକଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ ଏହା ଉପରେ ମଧ୍ୟ ଦାଉ ସାଧିଛି ପ୍ରଶାସନ । ହୋଲି ଉପରେ ଜାରି ହୋଇଛି କଡା କଟକଣା । ହୋଲି ସେଲିବ୍ରେସନ ଉପରେ ୧୪୪ ଧାରା ଲାଗୁ କରାଯାଇଛି । ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ହୋଲି ପୂର୍ବରୁ ଲାଗୁ ହୋଇଛି ୧୪୪ ଧାରା । ଝୁନଝୁନ ଏବଂ ବାଂସୱାଡା ପରେ ଏବେ ଭାରତ-ପାକ୍ ଅନ୍ତରାଷ୍ଟ୍ରୀୟ ବର୍ଡର ନିକଟସ୍ଥ ବାଡମେର ଜିଲ୍ଲାରେ ହୋଲି ଉପରେ ୧୪୪ ଧାରା ଲଗାଇଛି ଜିଲ୍ଲା ପ୍ରଶାସନ । ଏହାକୁ ନେଇ ସାରା ରାଜ୍ୟରେ ଆରମ୍ଭ ହୋଇଛି ତର୍କ ।

ବାଡମେର ଜିଲ୍ଲା କଲେକ୍ଟର ଲୋକବନ୍ଧୁ ଯାଦବ ହୋଲି ସେଲିବ୍ରେସନ ଉପରେ ରୋକ ଲଗାଇ ମାର୍ଚ୍ଚ ୨ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି । ଏହାଦ୍ୱାରା ସାଧାରଣ ଲୋକଙ୍କ ଭାବନାକୁ କୁଠାରଘାତ କରୁଥିବା ଗୀତ ଗୁଡିକ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ତେବେ ଧାର୍ମିକ ଭାବନାକୁ ଭଙ୍ଗ କରୁଥିବା ରଙ୍ଗର ଉପଯୋଗ ନ କରିବା ପାଇ ଲୋକମାନଙ୍କୁ ସେ ଅପିଲ କରିଛନ୍ତି । ଏହାସହିତ ସର୍ବାଜନିକ ସ୍ଥଳରେ ମଦ୍ୟପାନ ଏବଂ ଅସ୍ତ୍ର ଧରି ବୁଲିବା ଇତ୍ୟାଦି ଉପରେ ମଧ୍ୟ କଟକଣଶ ଲଗାଇଛନ୍ତି ଜିଲ୍ଲା ପ୍ରଶାସନ । ସୋସିଆଲ ମିଡିଆରେ ଏହି ନିର୍ଦ୍ଦେଶ ଭାଇରାଲ ହେବା ପରେ ବିରୋଧୀ ଦଳର ଉପନେତା ରାଜେନ୍ଦ୍ର ରାଠୋର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଜିଲ୍ଲା ପ୍ରଶାସନକୁ ଠିଆ କରି ସରକାରଙ୍କୁ ଏହାର ଜବାବ ମାଗିଛନ୍ତି ରାଜେନ୍ଦ୍ର ରାଠୋର ।

ତେବେ ଏହାର ଉତ୍ତରରେ ଲୋବନ୍ଧୁ ଯାଦବ କହିଛନ୍ତି ଯେ, ଗତ କିଛି ବର୍ଷରୁ ହୋଲି ସମୟରେ ଏଠାରେ କଟକଣା ଲାଗୁ କରାଯାଉଛି । ତେଣୁ ଚଳିତବର୍ଷ ମଧ୍ୟ କଟକଣାକୁ ବଳବତ୍ତର କରାଯାଇଛି । ତେବେ ବାଡମେର କଲେକ୍ଟର ବିନା କୌଣସି ପ୍ରତିବନ୍ଧକରେ ହୋଲି ପାଳନ କରିବା ପାଇଁ ଜିଲ୍ଲବାସୀଙ୍କୁ ଅପିଲ କରିଛନ୍ତି । ସେପଟେ ସମ୍ପୂର୍ଣ୍ଣ ଜିଲ୍ଲାରେ ମାର୍ଚ୍ଚ ୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଛନ୍ତି ଝୁନଝୁନ କଲେକ୍ଟର ପ୍ରକାଶଚାନ୍ଦ ଶର୍ମା ।

Get real time updates directly on you device, subscribe now.