fbpx

ମା’ ବୁଢୀ ଠାକୁରାଣୀ ପୀଠରେ ଲାଗିଲା ୧୪୪ ଧାରା

ବ୍ରହ୍ମପୁର,୧୧ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଏହାର ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ଅନେକ କଟକଣା ଲାଗୁ ହୋଇଛି । ଏହାରି ମଧ୍ୟରେ ବ୍ରହ୍ମପୁରର ମା’ ବୁଢୀ ଠାକୁରାଣୀ ପୀଠରେ ଲାଗିଛି ୧୪୪ ଧାରା । ମା’ ବୁଢୀ ଠାକୁରାଣୀ ପୀଠ ଠାରୁ ରାଜବାଟୀ ଯାଏଁ ୧୪୪ ଧାରା ଲାଗିଛି । ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ କଟକଣା ଲାଗୁ ହୋଇଛି । ଗୋଟିଏ ଦିନ ବିଶ୍ରାମ ପରେ ମା’ ରାଜବାଟୀ ଯିବାର ପରମ୍ପରା ରହିଛି । ଭିଡକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ ।

Get real time updates directly on you device, subscribe now.