fbpx

(Video) କମିଲା ସୁରକ୍ଷା, ଉଠିଗଲା ଅସ୍ଥାୟୀ କ୍ୟାମ୍ପ: ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ବଦଳିଲା ନବୀନ ନିବାସର ଚିତ୍ର

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ନୂଆ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝୀ ଶପଥ ନେବା ପରେ ଏବେ ନବୀନ ପଟ୍ଟନାୟକଙ୍କ ଯୁଗ ଶେଷ ହୋଇଛି । ନବୀନ ନିବାସରୁ ସୁରକ୍ଷା ହଟାଇ ଦିଆଯାଇଛି । ତେଣୁ ଏବେ ସେଠାରେ ପୋଲିସ ଛାଉଣୀ ନଥିବାରୁ ନବୀନ ନିବାସ ଖାଁ ଖାଁ ମନେ ହେଉଛି । ଦିନେ ଯେଉଁଠି ଶହ ଶହ ପୋଲିସ ଫୋର୍ସ ସାଙ୍ଗକୁ ସୁତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଥିଲା, ଯେଉଁ ସ୍ଥାନ କଡା ସୁରକ୍ଷା ବଳୟ ଭିତରେ ରହିଥିଲା, ଆଜି ସେହି ନବୀନ ନିବାସ ପୁରା ଶୂନଶାନ । ନବୀନ ନିବାସ ଆଗରୁ ଆଉ ଦେଖିବାକୁ ମିଳିବନି ସୁରକ୍ଷା ବ୍ୟବସ୍ଥା କି ପୋଲିସ ଛାଉଣୀ ।

ମୋହନ ଚରଣ ମାଝୀଙ୍କୁ ଓଡିଶା ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପାଇଥିବା ବେଳେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ବାସ ଭବନ ନବୀନ ନିବାସ ଆଗରୁ ଧିରେ ଧିରେ ସୁରକ୍ଷା ହଟାଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସମାନଙ୍କ ଅନ୍ୟତ୍ର ଦାୟିତ୍ୱ ଦିଅଯିବା ଫଳରେ ନବୀନ ନିବାସରେ ଥିବା ଅସ୍ଥାୟୀ କ୍ୟମ୍ପକୁ ମଧ୍ୟ ଉଠାଇ ଦିଆଯାଇଛି । ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଥିବା ତମ୍ବୁ ଭିତରୁ ଗୋଟିଏ ତମ୍ବକୁ ଭାଙ୍ଗି ଦିଆଯାଇଛି । ଏହାସହିତ ତମ୍ବୁ ଭିତରେ ଥିବା ଜିନିଷ ପତ୍ର ସବୁ ଗାଡିରେ ଲୋଡ ହେଉଛି । ସେହିପରି ନବୀନ ନିବାସ ବାହାରେ ଥିବା ଆଉ ଏକ ଅସ୍ଥାୟୀ କ୍ୟାମ୍ପକୁ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି ।

ନବୀନ ପଟ୍ଟନାୟକଙ୍କ ପରେ ଏବଂ ନୂଆ ସରକାର ଶପଥ ନେବାର ଠିକ୍ ଦିନକ ପରେ ହିଁ ନବୀନ ନିବାସରେ କିମିଛି ସୁରକ୍ଷାକର୍ମୀଙ୍କ ସଂଖ୍ୟା । ପ୍ରୋଟୋକଲ୍ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସୁରକ୍ଷାକୁ ହଟାଇ ଦିଆଯାଇଛି । ଆଉ ଏବେ ଏସବୁ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯିବ । ତେବେ ସବୁଠାରୁ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀ ପଦରୁ ଯିବା ପରେ ମଧ୍ୟ ନବୀନ ପଟ୍ଟନାୟକ ନିଜ ବାସଭବନରେ ହିଁ ରହିବେ । କାରଣ ସେ ନିଜ କାର୍ଯ୍ୟକାଳ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ନ ରହି ବ୍ୟକ୍ତିଗତ ବାସଭବନ(ନବୀନ ନିବାସ)ରୁ ହିଁ ଶାସନଭାର ସମ୍ଭାଳିଥିଲେ । ବିଜେଡିର ଆଲୋଚନା ଶିବିର ପାଲଟିଥିଲା ନବୀନ ନିବାସ । କିନ୍ତୁ ।ଜି ମୁଖ୍ୟମନ୍ତ୍ରୀ ପଦ ହାତରୁ ଖସିଯିବା ପରେ ଖାଁ ଖାଁ ଲାଗୁଛି ଏହି ନବୀନ ନିବାସ ।

Get real time updates directly on you device, subscribe now.