(Video) ଜାପାନରେ ସ୍କୁଲ ପିଲାଙ୍କ ମଧ୍ୟାହ୍ଣ ଭୋଜନ ଏମିତି ହୁଏ ପ୍ରସ୍ତୁତ, ଦେଖନ୍ତୁ ଭାରତଠାରୁ କେତେ ଭିନ୍ନ

ଜାପାନର ଏକ ସ୍କୁଲର ମଧ୍ୟାହ୍ଣ ଭୋଜନ ଭିଡିଓ ଇଣ୍ଟରନେଟରେ ଖୁବ ଜୋରରେ ଭାଇରାଲ ହେଉଛି, ଯେଉଁଥିରେ ମିଡ-ଡେ ମିଲ କିପରି ପ୍ରସ୍ତୁତ କରାଯାଉଛି ଦେଖିବାକୁ ମିଳିଛି।

ନୂଆଦିଲ୍ଲୀ: ଭାରତର ସରକାରୀ ସ୍କୁଲର ମଧ୍ୟାହ୍ଣ ଭୋଜନର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିଥିବେ। ଏଥିରେ କେତେ ସମସ୍ୟା ରହିଥାଏ ତାହା ବି ଆପଣ ଦେଖିଥିବେ।

କେତେବେଳେ ପାଣିଆ ଡାଲି ତ କେତେବେଳେ ଭୋଜନରେ ଝିଟିପିଟି ପଡିଥାଏ। ହେଲେ ଜାପାନର ଏକ ମଧ୍ୟାହ୍ଣ ଭୋଜନର ଭିଡିଓ ଖୁବ ଜୋରରେ ଇଣ୍ଟରନେଟରେ ଭାଇରାଲ ହେଉଛି। ଦେଖନ୍ତୁ ସେମାନେ ପିଲାଙ୍କ ପାଇଁ କିପରି ପରିଷ୍କାର ଭାବେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି।

ଜାପାନୀ ପୁଡ ବ୍ଲଗର *jukananan727* ଏକ ଭିଡିଓ ସେୟାର କରି ସାରା ଦୁନିଆର ଲୋକଙ୍କୁ ଆକର୍ଷିତ କରିଛନ୍ତି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥିରେ ସ୍କୁଲ ପିଲାଙ୍କ ପାଇଁ ପନିପରିବାରେ ଚିକେନର ଆଇଟମ ପ୍ରସ୍ତୁତ କରାଯାଉଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏହି ପ୍ରସ୍ତୁତି କରଣ କେତେ ମାତ୍ରାରେ ପରିଷ୍କାର। ପନିପରିବା ଭଲଭାବେ ଧୁଆ ହୋଇ କଟାଯାଉଛି। ଚିକେନ ମିଟବଲ୍ ସୁପ ପ୍ରସ୍ତୁତ କରାଯାଉଛି।

ଏହି ଫୁଡ୍ ବ୍ଲଗର ଏହାକୁ ପୋଷ୍ଟ କରି ଜାପାନୀ ଭାଷାରେ ଲେଖିଛନ୍ତି ଯେ, ଜାପାନୀ ସ୍କୁଲ ଲଞ୍ଚ୍‌କୁ ଖାସ ପୋଷଣ ମାନକ ହିସାବରେ ପ୍ରସ୍ତୁତ କରାଯାଇଥାଏ ଏବଂ ତାକୁ ପ୍ରସ୍ତୁତ କରିବା ପାଇଁ ସ୍ୱଚ୍ଛତା ନିୟମର ମଧ୍ୟ ପାଳନ କରାଯାଉଛି। ଭିଡିଓକୁ ନେଇ ବର୍ତ୍ତମାନ ୟୁଜର୍ସ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି।