fbpx

ବିନା ଇଣ୍ଟରନେଟରେ ଦେଖିପାରିବେ ୟୁଟ୍ୟୁବ ଭିଡିଓ, ଜାଣନ୍ତୁ ଟ୍ରିକ୍

Advertisement

ନୂଆଦିଲ୍ଲୀ: ଅନଲାଇନ୍ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ କ୍ଷେତ୍ରରେ ୟୁଟ୍ୟୁବ୍ ଏକ ବଡ଼ ପରିବର୍ତ୍ତନ ଆଣିଛି । ଆଉ ଆଜି ସମୟରେ କୋଟି କୋଟି ୟୁଜର୍ ଏହାର ନିୟମିତ ବ୍ୟବହାର କରୁଛନ୍ତି । ଏଜୁକେସନ୍ ଠାରୁ ଆରମ୍ଭ ବିଭିନ୍ନ ସ୍କିଲ୍ ସମ୍ପର୍କରେ ଜାଣିବା ପାଇଁ ଲୋକେ ଏବେ ୟୁଟ୍ୟୁବ୍ ର ବ୍ୟବହାର କରୁଛନ୍ତି । ଏହି କାରଣରୁ ୟୁଟ୍ୟୁବ୍ ର ବ୍ୟବହାର ଅଧିକାଂଶ ହେଉଛି । ବିଶ୍ୱବ୍ୟାପି ଲକ୍ଷ ଲକ୍ଷ ଲୋକ ଏଥିରେ ନିଜ ନିଜର ସ୍କିଲ୍ ଦେଖାଇ ଭଲ ଟଙ୍କା ରୋଜଗାର କରୁଛନ୍ତି । ଆକଳନ ଅନୁସାରେ, ପାଖାପାଖି ୨ ବିଲିୟନ୍ ରୁ ବି ଅଧିକ ଲୋକ ଏଥିରେ ଆକ୍ଟିଭ୍ ରହିଛନ୍ତି ।

ତେବେ ଏହି ଆଧାରରେ ଆଜି ଆମେ ଜାଣିବା କିପରି ଆପଣ ବିନା ଇଣ୍ଟରନେଟ୍ ରେ ଅର୍ଥାତ୍ ଅଫଲାଇନ୍ ରହି ମଧ୍ୟ ଭିଡିଓ ଦେଖିପାରିବେ । ୟୁଟ୍ୟୁବ୍ ରେ ଆପଣ ଏବେ ଅଫଲାଇନ୍ ରହି ମଧ୍ୟ ଭିଡିଓ ଖୁବ୍ ସହଜରେ ଦେଖିପାରିବେ । ଏଥିପାଇଁ ଆପଣଙ୍କୁ କିଛି ସହଜ ଉପାୟ ଆପଣାଇବାକୁ ପଡ଼ିବ । ତେବେ ଚାଲନ୍ତୁ ଜାଣିବା କଣ ସେହି ସବୁ ଉପାୟ ।

୧. ପ୍ରଥମେ ଆପଣଙ୍କୁ ଅଫଲାଇନ୍ ଭିଡିଓ ଦେଖିବା ପାଇଁ ୟୁଟ୍ୟୁବ୍ ଆପ୍ ଖୋଲିବାକୁ ପଡ଼ିବ ।
୨. ଏବେ ଆପଣ ଯେଉଁ ଭିଡିଓ ଦେଖିବାକୁ ଚାହୁଁଛନ୍ତି ସେହି ଭିଡିଓକୁ ପ୍ଲେ କରନ୍ତୁ ।
୩. ଭିଡିଓ ତଳେ ଆପଣଙ୍କୁ ଡାଉନଲୋଡ୍ ଅପସନ୍ ଦେଖାଯିବ । ସେଠାକୁ ଯାଇ ଭିଡିଓକୁ ଡାଉନଲୋଡ୍ କରିନିଅନ୍ତୁ ।
୪. ଏଥିରେ ଆପଣଙ୍କୁ ଭିଡିଓର କ୍ୱାଲିଯି ସମ୍ପର୍କରେ ପଚରାଯିବ । ସେଠାରେ ଆପଣ ଭିଡିଓର କ୍ୱାଲିଟି ଚୟନ କରନ୍ତୁ ।
୫. ଭିଡିଓ ଡାଉନଲୋଡ୍ ହେବା ପରେ ଆପଣ ସହଜରେ ତାକୁ ଅଫଲାଇନ୍ ରେ ଦେଖିପାରିବେ ।

Get real time updates directly on you device, subscribe now.