fbpx

ପୋଲିସକୁ ମିଳିଲା ବଡ ସଫଳତା, ୪୦ ଲକ୍ଷର ବ୍ରାଉନ ସୁଗାର ଜବତ

ଖୋର୍ଦ୍ଧା: ରାଜ୍ୟରେ ବ୍ରାଉନସୁଗାର କାରଗାର ବଢ଼ିବାରେ ଲାଗିଛି । ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବ୍ରାଉନ ସୁଗାର ଏକ ଫ୍ୟାସନ ପାଲଟି ଗଲାଣି। ଏହାରି ମଧ୍ୟରେ ଆଜି ପୁଣି ଥରେ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ଖୋର୍ଦ୍ଧା ଟାଉନ ଥାନା ପୋଲିସ ଦ୍ୱାରା ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ।

ସୂଚନା ଅନୁଯାୟୀ, ଏକ ବୋଲେରୋ ଗାଡ଼ିରେ ୨ଜଣ ଘରକୁ ଫେରୁଥିଲେ । ସେମାନେ ବିହାରରୁ ଏହି ବ୍ରାଉନ ସୁଗାରକୁ ଆଣୁଥିବା ବେଳେ ହଳଦିଆ ପେଟ୍ରୋଲ ପମ୍ପ ନିକଟରେ ପୋଲିସ ଏମାନଙ୍କୁ ଅଟକ ରଖି ଗାଡି ଭିତର ଖୋଜାଖୋଜି କରିବା ଆରମ୍ଭ କରିଥିଲା । ଏହାପରେ ଗାଡ଼ିରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି ।

ନିକଟରେ ଜଗତସିଂହପୁର ଯୋଗଧାରୀ ନିକଟରୁ ୧୨୨ଗ୍ରାମର ବ୍ରାଉନସୁଗର ଜବତ କରାଯାଇଥିଲା । ଏହି ଘଟଣାରେ ଜଣେ ବେପାରୀ ଗିରଫ ହେବା ସହ ୫ହଜାର ଟଙ୍କା ଜବତ କରାଯାଇଥିଲା ।

Get real time updates directly on you device, subscribe now.