fbpx

ନଗ୍ନ ଫଟୋ ନଦେଲେ ଘର ଜାଳି ଦେବି: ପଡୋଶୀ ମହିଳାଙ୍କୁ ମିଳିଲା ଏମିତି ସାଇକୋ ଲେଟର

ନୂଆଦିଲ୍ଲୀ: ପଡୋଶୀ ମହିଳାଙ୍କୁ ଏକ ଚିଠି ଲେଖିଛନ୍ତି ଜଣେ ବ୍ୟକ୍ତି । କିନ୍ତୁ ଏହି ଚିଠିରେ ଭରି ରହିଥିଲା ଧମକ । ଯଦି ମହିଳା ଜଣକ ତାଙ୍କ ନଗ୍ନ ଫଟୋ ନ ପଠାନ୍ତି, ତେବେ ତାଙ୍କ ଘର ଜାଳିଦେବେ ବୋଲି ଧମକ ଦେଇଛି ପଡୋଶୀ ଘରର ଜଣେ ଯୁବକ । ଏ ନେଇ ଅଭିଯୋଗ କରିବା ପରେ ପୋଲିସ ୪୧ ବର୍ଷୀୟ ଅଭିଯୁକ୍ତ ଗୈରୀ ବ୍ରେଡଉଡକୁ ଗିରଫ କରିଛି ।

ଏ ଘଟଣା ହେଉଛି ବ୍ରିଟେନର ଏକ ଅଞ୍ଚଳର । ପଡୋଶୀ ଯୁବକଙ୍କର କାରନାମାକୁ ନେଇ ଖୁବ ଭୟଭୀତ ରହୁଥିଲେ ଜଣେ ମହିଳା । ଯାହା ଫଳରେ ସେ ରାତିରେ ଠିକ ଭାବେ ଶୋଇ ବି ପାରୁ ନଥିଲେ । ବାରମ୍ବାର ତାଙ୍କୁ ଯୁବକ ଜଣକ ହଇରାଣ କରୁଥିଲେ । ଚିଠି ଲେଖି ବାରମ୍ବାର ଧମକ ଦେଉଥିବା ମଧ୍ୟ କହିଛନ୍ତି ପୀଡିତା ମହିଳା । ନ୍ୟୁଡ ଫଟୋ ଦେବା ପାଇଁ ବାଧ୍ୟ କରିବା ସହ ଫଟୋ ନ ଦେଲେ ଘର ଜାଳି ଦେବା ପାଇଁ ଧମକ ଦେଉଥିଲା ଏହି ଯୁବକ । ଏହି କାରନାମାରେ ଅତିଷ୍ଠ ହୋଇ ପୋଲିର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ଏହାପରେ ଗିରଫ କରି ଅଭିଯୁକ୍ତ ଗୈରୀ ବ୍ରେଡଉଡକୁ କୋର୍ଟ ଚାଲାଣ କରାଯିବାରୁ ସେ ନିଜ ଦୋଷ ଶ୍ୱୀକାର କରିଛି ।

ଘର ବାହାରେ ଥିବା ଲେଟର ବକ୍ସରେ ଧମକଭରା ଏହି ଚିଠି ରଖି ଦେଇଯାଏ ଏହି ଯୁବକ । ଇ-ମେଲ ଜରିଆରେ ନିଜର ନ୍ୟୁଡ ଫଟୋ ଶେୟର କର, ନଚେତ ତୁମ ଘର ଜଳାଇ ଦିଆଯିବ ବୋଲି ଚିଠିରେ ଲେଖାଥିବା ମହିଳା ଅଭିଯୋଗ କରିଥିଲେ । ତେବେ ଲାଗିଥିବା କ୍ୟାମେରା ଦ୍ୱାରା ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା । ଏହାପରେ ବ୍ରେଡଉଡକୁ କୋର୍ଟରେ ଜେଲ ଦଣ୍ଡାଦେଶ ଜାରି କରାଯାଇଛି ।

Get real time updates directly on you device, subscribe now.