ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ; ଆଇସିୟୁରେ ଚିକିତ୍ସାଧୀନ

କଟକ: (ଓଡ଼ିଶା ଭାସ୍କର) ବରିଷ୍ଠ ବିଜେପି ନେତା ସମୀର ଦେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧିନ ଅଛନ୍ତି । ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରପ ଥଲା । ଏନେଇ ପ୍ରତପ ଜେନାଙ୍କ ଟ୍ୱିଟ୍ ମଧ୍ୟ ଚର୍ଚ୍ଚା ହୋଇଥିଲା । ତାଙ୍କର ମୃତ୍ୟୁ ହୋଇଥିବା ପ୍ରତାପ ଜେନା ତାଙ୍କ ଟ୍ୱିଟରରେ ଏକ ଶୋକବାର୍ତ୍ତା ପୋଷ୍ଟ କରିଥିଲେ ।

ଯାହାକୁ ନେଇ କଟକବାସୀ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ । ପରେ ଏହି ଘଟଣାକୁ ନେଇ କଟକ ନଗର ବିଜେପି ସଭାପତି ପ୍ରଶ୍ନ କରିଥିଲେ । ହେଲେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଚର୍ଚ୍ଚା ହେଉଛି ।