ପୁରୀ: ଜଗଦଗୁରୁ ଶଙ୍କାରଚାର୍ଯ୍ୟଙ୍କୁ ଭେଟିଲେ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟନ୍ ସ୍ୱାମୀ । ଶୁକ୍ରବାର ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଆଲେଚନା କରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ । ଜଗତଗୁରୁଙ୍କୁ ଭେଟିବା ପରେ କେରଳ ଯିବା ପାଇଁ ନିମନ୍ତ୍ରଣ ଦେବାକୁ ଆସିଥିଲେ ସୁବ୍ରମଣ୍ୟନ୍ । ଏହା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ମଧ୍ୟ କଥା ହୋଇଛନ୍ତି ସୁବ୍ରମଣ୍ୟମ ।
ତେବେ ଜଗତଗୁରୁଙ୍କ ସହ ସାକ୍ଷାତକାର ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାମୀ । ସେ କହିଛନ୍ତି ପରିକ୍ରମା ପକଳ୍ପ ନେଇ ବିବାଦ ବିଷୟରେ ମୁଁ ଜାଣିଛି, ଶୁଣିଛି, ମୋ ଦ୍ୱାର ଯାହା ହୋଇପାରିବ କରିବି । ଏ ସଂପର୍କରେ ନବୀନଙ୍କ ସହ କଥା ହେବି, ନବୀନଙ୍କୁ ପଚାରିବି, ଏ ସଂପର୍କରେ ତାଙ୍କ ଉଦ୍ଦେଶ୍ୟ କ’ଣ କଥା ହେବି । ବିଜୁ ବାମୁ ମୋର ଘନିଷ୍ଠ ମିତ୍ର ଥିଲେ, ନବୀନଙ୍କ ସହ ମୋର ଭଲ ସଂପର୍କ । ଏହି ବିବାଦକୁ ସମାପ୍ତ କରିବାକୁ ହେବ ବୋଲି କହିଲେ ସୁବ୍ରମଣ୍ୟନ୍ ସ୍ୱାମୀ ।
ଶ୍ରୀମନ୍ଦିରର ଉନ୍ନତୀକରଣର ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ମନ୍ଦିର ଆମର ବିଚାର କେନ୍ଦ୍ର ଥିଲା, ରାଜା ବି ମନ୍ଦିରରେ ବସୁଥିଲେ । ମନ୍ଦିର ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ମନ୍ଦିର କୌଣସି ସରକାରଙ୍କ ହାତରେ ରଖିବା ଦରକାର ନାହିଁ ।