fbpx

Senior Citizensଙ୍କୁ ମିଳିବ ମାସିକ ୫୦୦୦ ଟଙ୍କା: ବଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ସାଧାରଣ ଜନତାଙ୍କୁ ଆର୍ଥିକ ସହାୟତା ମିଳିପାରୁଛି । ତେବେ ଏହା ମଧ୍ୟରେ ଏକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଣିକି କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ମାସ ଖାତାକୁ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ତେବେ ଏହି ଟଙ୍କା ବୃଦ୍ଧ ବୟସ ପର୍ଯ୍ୟନ୍ତ ଆକାଉଣ୍ଟରେ ରହିପାରିବ । ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କର ଏହି ଯୋଜନା ବିଷୟରେ ।

କେନ୍ଦ୍ର ସରକାରଙ୍କ ତରଫରୁ ହୋଇଥିବା ଅଟଳ ପେନସନ ଯୋଜନାରେ ଏହି ସୁବିଧା ଉପଲବ୍ଧ ହୋଇପାରିବ । ବାର୍ଦ୍ଧକ୍ୟ ପାଇଁ ଏହି ଯୋଜନା ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ୬୦ ବର୍ଷ ବୟସ ପରେ ଆପଣଙ୍କୁ ମାସିକ ୫୦୦୦ ଟଙ୍କା ପେନସନ ଆକାରରେ ପ୍ରଦାନ କରାଯିବ । ତେବେ ଏହି ଟଙ୍କା ସିଧା ଆପଣଙ୍କ ଆକାଉଣ୍ଟକୁ ଆସିବ । ତେବେ କେବଳ ୧୮-୪୦ ବର୍ଷ ପର୍ଯ୍ୟନ୍ତ ଲୋକମାନେ ଏଥିରେ ନିବେଶ କରିପାରିବେ । ୬୦ ବର୍ଷ ପରେ ଆପଣଙ୍କୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ପ୍ରାପ୍ତ ହୋଇପାରିବ । ଏଥିରେ ଆପଣଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ପଡିବ । ୬୦ ବର୍ଷ ପର୍ଯ୍ୟନ୍ତ ମାସକୁ ୧୪୫୪ ଟଙ୍କା ଜମା କରିବାକୁ ହେବ ଏବଂ ୬୦ ବର୍ଷ ପୂରଣ ହେବା ପରେ ମାସିକ ୧୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିବ ।

ପ୍ରଧାନମନ୍ତ୍ରୀଙ୍କ ଅଟଳ ପେନସନ ଯୋଜନା ବିଶେଷ କରି ଲୋକମାନଙ୍କ ବାର୍ଦ୍ଧକ୍ୟ ସମୟରେ ସାଥୀ ହେବା ଉଦ୍ଦେଶ୍ୟରେ ଲାଗୁ କରାଯାଇଛି । ବାର୍ଦ୍ଧକ୍ୟ ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ, ଏଥିପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଭାରତ ସରକାର । ତେବେ ଏହି ଯୋଜନାର ଫାଇଦା ଉଠାଇବା ପାଇଁ ନିକଟସ୍ଥ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲି ପାରିବେ । ଏହାସହିତ ପ୍ରତି ମାସ ଏଥିରେ ଟଙ୍କା ନିବେଶ କରନ୍ତୁ ।

Get real time updates directly on you device, subscribe now.