fbpx
BSKY
BJD MC SKY
BJD YOUTH SKY

ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ଇସ୍ତଫା, ଅସନ୍ତୋଷ ପଛର କାରଣ କ’ଣ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଇସ୍ତଫା ଦେଇଛନ୍ତି । ସେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସଞ୍ଚାଳନ ସମିତିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଶ୍ରୀ ଶର୍ମା ତାଙ୍କର ଇସ୍ତଫା ପତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଥିବା ବେଳେ ପରାମର୍ଶ ପ୍ରକ୍ରିୟାରେ ତାଙ୍କୁ ଉପେକ୍ଷା କରାଯାଇଥିବା ଦର୍ଶାଇଛନ୍ତି । ନିଜର ସ୍ୱାଭିମାନକୁ ନେଇ ସେ କୌଣସି ସାଲିସ କରିପାରିବେ ନାହିଁ । ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିବେ ବୋଲି କହିଛନ୍ତି ।

ରାଜ୍ୟରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହାକୁ ନେଇ ହଲଚଲ ଆରମ୍ଭ ହୋଇଯାଇଛି । ଏପରି ସ୍ଥିତିରେ ଶ୍ରୀ ଶର୍ମାଙ୍କ ଇସ୍ତଫା ଦଳକୁ ମହଙ୍ଗା ପଡ଼ିପାରେ । ଏହାପୂର୍ବରୁ ଜି-୨୩ ଗ୍ରୁପର ନେତା ଗୁଲାବ ନବୀ ଆଜାଦ ଜମ୍ମୁ କଶ୍ମୀରର ଅଭିଯାନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କୁ ଉପେକ୍ଷା କରାଯାଉଥିବା ଶ୍ରୀ ଶର୍ମା ସୋନିଆଙ୍କ ନିକଟକୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଗତ ଏପ୍ରିଲ ମାସ ୨୬ ତାରିଖରେ ଶ୍ରୀ ଶର୍ମୀଙ୍କୁ ହିମାଚଳ ସଞ୍ଚାଳନ ସମିତି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ କମ୍ ସମୟ ବ୍ୟବଧାନରେ ଦଳର ଦୁଇ ନେତା ନିଜର ପଦବୀରୁ ଇସ୍ତଫା ପରେ ଦଳକୁ ବହୁତ ବଡ଼ ଝଟକା ଲାଗିଛି । ଶ୍ରୀ ଶର୍ମାଙ୍କୁ ହିମାଚଳ ପ୍ରଦେଶର ଜଣେ ବଡ଼ ନେତା ଭାବେ ଗ୍ରହଣ କରାଯାଇଥାଏ । ତାଙ୍କୁ ଦଳର କୌଣସି ବୈଠକକୁ ଆମନ୍ତ୍ରଣ କରାନଯିବା ସହ ତାଙ୍କର ପରାମର୍ଶ ନିଆଯାଇନଥିଲା । ତେଣୁ ସେ ସ୍ୱାଭିମାନକୁ ନେଇ କୌଣସି ବୁଝାମଣା କରିପାରିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ।

Get real time updates directly on you device, subscribe now.