fbpx
BJD SKY
BJD SKY

ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର: AIIMS ଡାଇରେକ୍ଟର ଦେଲେ ବଡ଼ ଅପଡେଟ୍

BJD

ମୁମ୍ବାଇ: ଲୋକଙ୍କୁ ନିଜ କମେଡିରେ ହସାଇ ହସାଇ ବେଦମ କରୁଥିବା ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବ ଲଢ଼ୁଛନ୍ତି ଜୀବନ ଯୁଦ୍ଧ । ଜିମରେ ବ୍ୟାୟାମ କରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । ସେବେଠାରୁ ସେ ଦିଲ୍ଳୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ଏହାରି ମଧ୍ୟରେ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ଏକ ଜରୁରୀ ସୂଚନା ସାମ୍ନାକୁ ଆସିଛି । ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜୁଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେ ଆଇସିୟୁରେ ଅଛନ୍ତି ।

ରାଜୁ ଶ୍ରୀବାସ୍ତବ(Raju Srivastav)ଙ୍କ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଜାଣିବା ପରେ କମେଡିଆନଙ୍କ ଫ୍ୟାନ୍ସ ନିରାଶ ହୋଇଛନ୍ତି । ନିକଟରେ ରାଜୁ ଶ୍ରୀବାସ୍ତବଙ୍କ ଭାଇ ଦୀପୂ ଶ୍ରୀବାସ୍ତବ ରାଜୁଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇ କହିଥିଲେ ଯେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଯାହାକୁ ନେଇ ତାଙ୍କର ଫ୍ୟାନ୍ ଏବଂ ପରିବାର ଲୋକ ଆଶ୍ୱସ୍ତି ହୋଇଥିଲେ । କିନ୍ତୁ ଏବେ ପୁଣି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର କୁହାଯାଉଛି । ଏହି ଖବର ଫ୍ୟାନ୍ସଙ୍କୁ ପୁଣି ଚିନ୍ତାରେ ପକାଇଛି । ସମସ୍ତେ ରାଜୁଙ୍କ ଖୁବଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛନ୍ତି ।

Get real time updates directly on you device, subscribe now.