fbpx

ଭୁଲ ମାଗିବେ ହିତ୍ରିକ , ଜୋମାଟୋ ପାଇଁ ବିବାଦରେ ଫସିଲେ …

ଉଜେନ: ବର୍ତ୍ତମାନ ସମୟରେ ଖାଇବାକୁ ନେଇ ଆଉ ଅଧିକ ସମସ୍ୟା ଦେଖିବାକୁ ମିଳୁ ନାହିଁ । ହୋଟେଲରେ ଅପେକ୍ଷାକ କରିବାକୁ ପଡୁନାହିଁ କି ଲମ୍ବା ଧାଡିରେ ଛିଡା ହେବାକୁ ପଡୁ ନାହିଁ କାରଣ ଏବେ ଜୋମାଟୋ ଆଉ ସ୍ୱଇଗି ମାଧ୍ୟମରେ ବହୁ ଲୋକ ଖାଇବା ମଗେଇ ଦେଉଛନ୍ତି ।
କିନ୍ତୁ ବର୍ତ୍ତମାନ ଜୋମାଟୋ ତାର ଏକ ଆଡ ପାଇଁ ବିବାଦ ରେ ଫସିଛି । ଆଉ ଏହି ବିବାଦ ପାଇଁ ତାକୁ ଖୁବ କ୍ଷତି ମଧ୍ୟ ସହିବାକୁ ପଡିବାରେ ।

ସୂଚନାମୁତାବକ ଜୋମଟୋରେ ସବୁ ଖାଦ୍ୟ ମିଳୁଛି । ଚାଇନିଜ ଠାରୁ ଆରମ୍ଭ କରି ସାଉଥ ଇଣ୍ଡିଆନ ହେଉ ଅବା ମନ୍ଦିରର ଥାଳି । ଏହି ସବୁ ଖାଦ୍ୟ ଆପଣ ମଗେଇ ପାରିବେ ବୋଲି ଜୋମାଟୋ ତାର ବିଜ୍ଞାପନରେ କହିଛି । ଏହି ବିଜ୍ଞାପନ ସୁଟିଙ୍ଗରେ ହିତ୍ରିକ ଙ୍କୁ ଦେଖିବାକୁ ମିଳିଛି । ତେବେ ଜୋମାଟୋର ଏହି ବିଜ୍ଞାପନ ବର୍ତ୍ତମାନ ତା ଉପରେ ଭାରି ପଡିଛି ।
ଯାହାପାଇଁ ଉଭୟ ହିତ୍ରିକ ଆଉ ଜୋମାଟୋକୁ କ୍ଷମା ପ୍ରାର୍ଥନା କରିବା ପାଇଁ କୁହାଯାଇଛି । ତେବେ ଉଜେନର ଶ୍ରୀ ମହାକଳେଶ୍ୱର ମନ୍ଦିରର ଜଣେ ପୂଜକ ଏହି ଅଭିଯୋଗ ଆଣିଛନ୍ତି । ଆଡରେ ଚିତ୍ରଣ କରାଯାଇଛି ଆପଣଙ୍କୁ ଯେତେ ବେଳେ ଥାଳି ଖାଇବାକୁ ଇଚ୍ଚା ହେଉଛି ଆପଣ ମହାକାଳ ମନ୍ଦରରୁ ଅର୍ଡର କରିପାରିବେ । କିନ୍ତୁ ବାସ୍ତବରେ ମହାକାଳ ମନ୍ଦିରରେ କୌଣସି ଥାଳି ଦିଆଯାଏ ନାହିଁ ବୋଲି ପୂଜକ କହିଛନ୍ତି ।
ନିଜର ପ୍ରଚାର ପ୍ରସାର ପାଇଁ ମନ୍ଦରକୁ ଏଭଳି ବ୍ୟବହାର କରିବା ଏହା ଭଗବାନଙ୍କ ଅପମାନ ବୋଲି ପୂଜକ କହିଛନ୍ତି । ଆଉ ଏଥିପାଇଁ ଯଥା ଶୀଘ୍ର ସେମାନେ ଭୁଲ ମାଗିବା ସହିତ ଏହି ଆଡକୁ ହଟାଇବା ପାଇଁ ସେ କହିଛନ୍ତି ।

Get real time updates directly on you device, subscribe now.