ବିଜେଡିର କଠୋର ପଦକ୍ଷେପ, ଦଳ ବିରୋଧୀ କାମ ପାଇଁ ନିଲମ୍ବିତ ହେଲେ ପ୍ରଫୁଲ ମଲ୍ଲିକ

ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ୍ଲ ମଲ୍ଲିକ । ଦଳ ବିରୋଧୀ ମନ୍ତବ୍ୟ ପଇଁ କରାଗଲା ନିଲମ୍ବିତ । ବିଜୁ ଜନତା ଦଳ ପକ୍ଷରୁ ଏନେଇ ପ୍ରେସ୍ ରିଲିଜ ଜାରି କାରଯାଇଛି ।

ଭୁବନେଶ୍ବର: ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ୍ଲ ମଲ୍ଲିକ । ଦଳ ବିରୋଧୀ ମନ୍ତବ୍ୟ ପଇଁ କରାଗଲା ନିଲମ୍ବିତ । ବିଜୁ ଜନତା ଦଳ ପକ୍ଷରୁ ଏନେଇ ପ୍ରେସ୍ ରିଲିଜ ଜାରି କାରଯାଇଛି ।

କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ହେଉଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜୁ ଜନତା ଦଳ, ହେଡକ୍ୱାର୍ଟର ଦାୟିତ୍ୱରେ ଥିବା ପ୍ରତାପ ଜେନା ।

ତେବେ ଗତକାଲି ପ୍ରଫୁଲ୍ଲ ମଲ୍ଲିକ ବିଜେଡି ବିରୋଧରେ ବଡ଼ ବୟାନ ରଖିଥିଲେ । ଆଉ ଏହାପରେ ତାଙ୍କୁ ଆଜି ଦଳରୁ ବିଦା କରାଯାଇଛି । ଗୁରୁବାର ଗଣମାଧ୍ୟମକୁ ବଡ଼ ବୟାନ ଦେଇଥିଲେ ପ୍ରଫୁଲ୍ଲ ମଲ୍ଲିକ । କଥାରେ କଥାରେ କହିଥିଲେ ଯେ, ସେ ଏବେ ବିଜେଡିରେ ଅଛନ୍ତି, କି୍ନତୁ କୌଣସି ସାଙ୍ଗଠନିକ କାମରେ ଯୋଗ ଦେଉନାହାନ୍ତି । ଆଗକୁ ଯଦି ଦଳ ଠିକ୍ ଭାବେ ନ ଚାଲିବ ତେବେ ସେ ଦଳଠୁ ଦୂରେଇ ଯିବେ ବୋଲି କହିଥିଲେ ପ୍ରଫୁଲ୍ଲ ।

ଏହାସହ ସେ ଆହୁରି ମଧ୍ୟ କହିଥିଲେ ଯେ, ବିରୋଧୀ ଦଳ ଭାବେ ବିଜେଡି ନିଜର ଦାୟିତ୍ୱ ଠିକ୍ ଭାବେ ତୁଲାଉ ନାହିଁ । ପୂର୍ବ ବିଚାରଧାରାରେ ବିଜେଡି ଆଉ ନାହିଁ ବୋଲି କହିଥିଲେ ପ୍ରଫୁଲ୍ଲ ମଲ୍ଲିକ। ଆଉ ଏହାପରେ ଆଜି ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି ।