fbpx

କଂଗ୍ରେସକୁ ମୂଳପୋଛ କରିବା ପାଇଁ ଦଳର ବରିଷ୍ଠ ନେତାମାନେ ଭାଜପା ସହ କରିଛନ୍ତି ଗୁପ୍ତ ଷଡ଼ଯନ୍ତ୍ର, ଜାଣନ୍ତୁ ଏହାର ସତ୍ୟତା

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଭାଜପା କ୍ଷମତାରେ ରହିଥିବା ବେଳେ ସର୍ବପୂରାତନ ଦଳ କଂଗ୍ରେସ ଦିନକୁ ଦିନ ଦିଶାହୀନ ହୋଇ ତଳକୁ ଖସିବାରେ ଲାଗିଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିଲେ ହେଁ ବିଭିନ୍ନ ସମୟରେ ଦଳର କିଛି ନେତା ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଏପରିକି ଗାନ୍ଧୀ ପରିବାରକୁ ନେଇ ଅନେକ ବରିଷ୍ଠ ନେତା ବିବାଦୀୟ ବୟାନ ମଧ୍ୟ ଦେଇଛନ୍ତି । ତେବେ ଏହି ସମୟରେ ଶିବସେନାର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ପ୍ରକାଶିତ ଖବରକୁ ନେଇ ଚର୍ଚ୍ଚା ଜାରି ରହିଛି ।

ସେଥିରେ କୁହାଯାଇଛି ଯେ, କଂଗ୍ରେସକୁ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷଙ୍କର ଆବଶ୍ୟକତା ରହିଛି । କଂଗ୍ରେସରେ ଚାଲିଥିବା କନ୍ଦଳକୁ ନେଇ ରାହୁଲ ଗାନ୍ଧୀ ସମାଧାନ କରିବାକୁ ଚାହୁଁଥିବା ବେଳେ ଦଳରି କିଛି ବରିଷ୍ଠ ନେତା ବିଜେପି ସହ ଗୁପ୍ତ ଷଡ଼ଯନ୍ତ୍ରରେ ଲିପ୍ତ ରହିଛନ୍ତି । କଂଗ୍ରେସ ଦଳ ବର୍ତ୍ତମାନ ରୋଗଗ୍ରସ୍ତ ରହିଛି, ଯାହାର କି ଚିକିତ୍ସା ନିହାତି ଦରକାର । ତେବେ ଚିକିତ୍ସା ଠିକ ଭାବେ ହେଉଛି ନା ନାହିଁ ତାହା ସମୀକ୍ଷା କରିବା ଉଚିତ୍ । କିଛି ନେତା କଂଗ୍ରେସକୁ ବୁଡ଼ାଇବା ଚକ୍କରରେ ବିଜେପି ସହିତ ବୁଝାମଣାରେ କରିସାରିଛନ୍ତି । ଏପରିସ୍ଥଳେ ବିନା ସେନାପତିରେ କଂଗ୍ରେସ କିପରି ନିର୍ବାଚନ ଲଢ଼ିବ ବୋଲି ସେଥିରେ ପ୍ରଶ୍ନ କରାଯାଇଛି ।

Get real time updates directly on you device, subscribe now.