fbpx
BJD
BJD SKY
BJD SKY

ବଜେଟ୍ ଆଗତ ପୂର୍ବରୁ ସେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧ ।୨: ଆଜି ପୂର୍ବାହ୍ନ ୧୧ଟା ସମୟରେ ସଂସଦରେ ୨୦୨୧-୨୨ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ସୀତାରମଣ । ଅନପଟେ ବଜେଟ୍ ଆଗତ ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । କାରବାର ଆରମ୍ଭରୁ ୪୦୧.୭୭ ପଏଣ୍ଟ ଉପରକୁ ଉଠିଛି ସେନସେକ୍ସ । ସେନସେକ୍ସ ୪୦୧.୭୭ ପଏଣ୍ଟ ବୃଦ୍ଧି ହୋଇ ୪୬,୭୭୭.୫୬ରେ ପହଞ୍ଚିଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟିରେ ବୃଦ୍ଧି ଦେଖିବାକୁ ମିଳିଛି । ୧୩,୭୭୩.୮୦ ପଏଣ୍ଟରେ ପହଞ୍ଚିଛି ନିଫ୍ଟି ।

ତେବେ ସେନସେକ୍ସରେ ସାମିଲ ହୋଇଥିବା ୩୦ କମ୍ପାନୀ ମଧ୍ୟରୁ ୧୯ଟି କମ୍ପାନୀରେ ବୃଦ୍ଧି ହୋଇଛି । ସେହିପରି ନିଫ୍ଟରେ ମଧ୍ୟ ବୃଦ୍ଧି ହୋଇଛି । ୫୦ରୁ ୩୫ କମ୍ପାନୀରେ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି ।

Get real time updates directly on you device, subscribe now.