fbpx

ଆଜି ଆଗତ ହେବ ପ୍ରଥମ ପେପରଲେସ୍ ବଜେଟ୍

ନୂଆଦିଲ୍ଲୀ, ୧ା୨ ଆଜି କେନ୍ଦ୍ର ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଏହାକୁ ଆଗତ କରିବେ । ସାଧାରଣ ବଜେଟ ପୂର୍ବରୁ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ । ତେବେ ବଜେଟ ଆଗତ ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖାଦେଇଛି ।

ସକାଳ ୧୦ଟା ୧୫ରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ ବୋଲି କୁହାଯାଇଛି । । ଦିନ ୧୧ଟାରେ ଲୋକସଭାରେ ବଜେଟ ଆଗତ ହେବ । ତେବେ ଆଜି ସରକାରଙ୍କ ପକ୍ଷରୁ ପ୍ରଥମ ପେପରଲେସ୍ ବଜେଟ୍ ଉପସ୍ଥାପିତ ହେବ । । କ୍ୟାବିନେଟ ବୈଠକ ପୂର୍ବରୁ ସ୍ୱତନ୍ତ୍ର ଫଟୋ ସେସନ ହେବ । ତେବେ ଅର୍ଥମନ୍ତ୍ରୀ ହାତରେ ବ୍ରିଫକେସ ଓ ଖାତା ବଦଳରେ ଟ୍ୟାବଲେଟ୍ ଧରି ଅର୍ଥ ମନ୍ତ୍ରାଳୟରେ ପହଞ୍ଚିଛନ୍ତି । ତାଙ୍କ ସହ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ପହଞ୍ଚିଛନ୍ତି ।

Get real time updates directly on you device, subscribe now.