fbpx
BJD SKY
BJD SKY

ବାଣ ଧୁଆଁ କାରଣରୁ ଫୁସଫୁସ୍ ଉପରେ ପଡ଼ିପାରେ ଗମ୍ଭୀର ପ୍ରଭାବ, ଜାଣନ୍ତୁ କିପରି ରହିବେ ସୁରକ୍ଷିତ

BJD

ନୂଆଦିଲ୍ଲୀ: ଦୀପ, ମହମବତୀ, ବାଣ ଏବଂ ମିଠା, ଏସବୁ ଦୀପାବଳୀ ପର୍ବକୁ ଖାସ୍ କରିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଏହି ଖୁସିର ସମୟରେ ସବୁ ଲୋକ ନିଜର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ, ଦୀପାବଳୀ ଦିନ ବାଣ କାରଣରୁ ପରିବେଶ ଶବ୍ଦ ପ୍ରଦୂଷଣ ହେବା ସହିତ ବାୟୂ ପ୍ରଦୂଷଣ ମଧ୍ୟ ହୋଇଥାଏ । ଏହି ଦୁଇ କାରଣ ଶରୀର ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ । ବାଣ କାରଣରୁ ବାହାରୁଥିବା ଧୂଆଁ, ଅସ୍ଥାମା, ହୃଦରୋଗୀ ଏବଂ ଶ୍ୱାସ ରୋଗୀଙ୍କ ପାଇଁ ସସମ୍ୟାର କାରଣ ହୋଇପାରେ ।

ଅଧ୍ୟୟନରୁ ଜଣାପଡ଼ିଛି ଯେ, ବାଣ କାରଣରୁ ନିର୍ଗତ ହେଉଥିବା ଧୂଆଁ ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରରେ ଦୀର୍ଘକାଳୀନ କ୍ଷତି ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଏହା ଫୁସଫୁସ୍ ର ବିଭିନ୍ନ ରୋଗକୁ ବଢ଼ାଇ ସହିତ ଫୁସଫୁସ୍ କୁ ନଷ୍ଟ ମଧ୍ୟ କରିପାରେ । ଏହି କଥାକୁ ଧ୍ୟାନରେ ରଖି ସମସ୍ତେ ଏହିଦିନ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନରେ ରଖିବାକୁ ପଡ଼ିବ ।

ଦୀପାବଳୀ ଦିନ ବାଣ ଫୁଟିବା, ମହମବତୀ ଜଳିବା ଦ୍ୱାରା ପରିବେଶର ବାୟୁର ଗୁଣବତ୍ତା ଖରାପ ହୋଇଯାଏ । ଏହି କାରଣରୁ ଦିଲ୍ଲୀ ଭଳି ସହରରେ ଦୀପାବଳୀ ଯୋଗୁଁ ପବନର ଧୂଆଁ ସବୁଆଡେ ବ୍ୟାପିଯାଏ । ଏହି ଧୂଆଁରେ ଅନେକ ପ୍ରକାରର ରସାୟନ ପଦାର୍ଥ ମିଶିଥାଏ । ଯାହା ଅଙ୍ଗ ପ୍ରତ୍ୟଙ୍ଗ ଉପରେ ପ୍ରଭାବ ପଡ଼ିଥାଏ । ତେଣୁ ମାସ୍କ ବାଣ ଫୁଟାଇବା ସମୟରେ ଘରୂ ବାହାରକୁ ମାସ୍କ ପିନ୍ଧି ଯିବା ଦରକାର । ଏଥିସହିତ ଯେଉଁ ମାନଙ୍କ ଠାରେ ଶ୍ୱାସ ଜନିତ ରୋଗ ରହିଛି ସେମାନେ ଏହିଦିନ ବାହାରକୁ ନଯିବା ଭଲ ବୋଲି ବିଶେଷଜ୍ଞ ମାନେ କହିଛନ୍ତି ।

Get real time updates directly on you device, subscribe now.