fbpx

ମାଇକ୍ରୋସଫ୍ଟ ଆଉଟରେଜ ପାଇଁ ଡାଉନ ଅଛି ସର୍ଭର, ଆକାଶରେ ଧକ୍କା ହେବେ କି ବିମାନ, ପଢନ୍ତୁ ଏ ରିପୋର୍ଟ

ଓଡିଶା ଭାସ୍କର: ଗତକାଲି ମାଇକ୍ରୋସଫ୍ଟର ସର୍ଭର ଡାଉନ ହେବା କାରଣରୁ ସାରା ବିଶ୍ୱ ଏବେ ଅସୁବିଧାର ସାମ୍ନା କରୁଛି । ଫଳରେ ଅନେକ ଏୟାରଲାଇନ ସର୍ଭିସେସ ଓ ଏୟାରପୋର୍ଟ ବାଧିତ ହୋଇଛି । ତେବେ ଯେଉଁ ସମୟରେ ମାଇକ୍ରୋସଫ୍ଟର ଏହି ଆଉଟରେଜ ହେଲା ସେହି ସମୟରେ ଆକାଶରେ ଉଠୁଥିବା ବିମାନକୁ କେମିତି ନିୟନ୍ତ୍ରଣକୁ ଅଣାଯାଇଥିଲା । ଆକାଶରେ ବିମାନକୁ ପରସ୍ପର ସହ ଧକ୍କା ହେବା ଭଳି ପରିସ୍ଥିତି ଆସି ନ ଥିଲା !

କହିରଖୁ, ଯଦି ଆପଣଙ୍କୁ ଲାଗୁଛି କି ମାଇକ୍ରୋସଫ୍ଟ ଆଉଟରେଜ ସମୟରେ ଆକାଶରେ ଉଡୁଥିବା ବିମାନ ପରସ୍ପର ସହ ଧକ୍କା ହୋଇଥିବେ, ତେବେ ଆପଣ ଭୁଲ ଭାବୁଛନ୍ତି । ଏୟାରଲାଇନ୍ସ କମ୍ପାନୀଙ୍କ ପାଖରେ ବିକଳ୍ପ ଭାବରେ ‘ରିଡଣ୍ଟେଟର ସର୍ଭର’ ମହଜୁତ ଥାଏ । ଯେତେବେଳେ ମୁଖ୍ୟ ସର୍ଭର କାମ କରିବା ବନ୍ଦ ହୋଇଯାଏ, ସେହିସମୟରେ ଆପେ ଆପେ ଏହି ସର୍ଭର କାର୍ଯ୍ୟ କରିବା ଆରମ୍ଭ କରି ଦିଏ । ଯାହାଫଳରେ ବିମାନ ସୁରୁରୁରୂପେ ପୂର୍ବବତ ଚାଲୁ ରହେ । କିନ୍ତୁ, ଏହ୍ ସମୟରେ ବେକଅପ ସର୍ଭରର କାମ ଧିମେଇ ଯାଏ । ଯାହା ଗତକାଲି ମଧ୍ୟ ଦେଖିବାକୁ ମିଳିଛି ସାରା ବିଶ୍ୱରେ । ସେଥିପାଇଁ ବହୁ ଏୟାରଲାଇନ୍ସ କମ୍ପାନୀ ଗତକାଲି ହାତରେ ଲେଖି ବୋଡିଂ ପାସ ଲୋକଙ୍କୁ ଦେଉଥିବାର ଦେଖିବାକୁ ମିଳିଥିଲା ।

ଏହାବାଦ ରେଡିଓ କମ୍ୟୁନିକେଶନର ମଧ୍ୟ ସାହାରା ନିଆଯାଏ ଏଭଳି ପରିସ୍ଥିତିରେ । ଫଳରେ ବିମାନ ସୁରକ୍ଷିତ ରହେ । ଏହାବାଦ ବିମାନରେ ଜରୁରୀକାଳୀନ ଯୋଗାଯୋଗର ମଧ୍ୟ ବ୍ୟବସ୍ଥା ଥାଏ ।

Get real time updates directly on you device, subscribe now.