fbpx

ଲଦ୍ଦାଖରେ ବଡ଼ଧରଣର ସଡ଼କ ଦୁର୍ଘଟଣା: ନଦୀକୁ ଖସିପଡ଼ିଲା ବସ୍, ୭ ଯବାନଙ୍କ ମୃତ୍ୟୁ (Video)

ନୂଆଦିଲ୍ଲୀ: ଲଦ୍ଦାଖରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ନଦୀ ଗର୍ଭକୁ ଖସି ପଡ଼ିଛି । ଫଳରେ ଘଟଣାସ୍ଥଳରେ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ବସରେ ମୋଟ ୨୬ ଜଣ ଯବାନ ଯାଉଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜଣାପଡ଼ିଛି ଯେ, ୨୬ ଜଣ ଯବାନଙ୍କୁ ନେଇ ଯାଉଥିବା ସମୟରେ ବସଟି ନଦୀକୁ ଖସି ପଡ଼ିଥିଲା । ଏହି ଘଟଣାରେ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସଙ୍ଗେସଙ୍ଗେ ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଯବାନଙ୍କୁ ସହାୟତା ପାଇଁ ଏୟାର ଫୋର୍ସ ସହିତ ଯୋଗାଯୋଗ କରାଯାଇଥିଲା । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ୱେଷ୍ଟର୍ଣ୍ଣ କମାଣ୍ଡକୁ ପଠାଯିବା ନେଇ ସମ୍ଭାବନା ରହିଛି । ତେବେ କେଉଁ କାରଣରୁ ସେନା ବସଟି ନଦୀକୁ ଖସିଲା, ତା’ର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ ।

ଏହି ଘଟଣାରେ ସେନା ପକ୍ଷରୁ ଅଫିସିଆଲ ବୟାନ ଜାରି କରାଯାଇଥିଲା । ଥୋଇସଠାରୁ ୨୫ ଦୂରରେ ଏହି ଦୁର୍ଘଟଣା ଘଟିଥିଲା । ଯବାନଙ୍କ ବସଟି ନଦୀର ୫୦-୬୦ କିମି ଗଭୀରତାରେ ଖସି ପଡ଼ିଥିଲା । ଦୁର୍ଘଟଣା ପରେ ସମସ୍ତ ଯବାନଙ୍କୁ ପରତାପୁରର ୪୦୩ ଫିଲ୍ଡ ହସ୍ପିଟାଲକୁ ନିଆଯିବା ସହ ଲେହରୁ ସର୍ଜିକାଲ ଟିମକୁ ପରତାପୁର ପଠାଯାଇଥିଲା । ବସଟି ଟ୍ରାଞ୍ଜିଟ୍ କ୍ୟାମ୍ପରୁ ସବ ସେକ୍ଟରୁ ହନିଫ ଆଡ଼କୁ ଯାଉଥିଲା ।

Get real time updates directly on you device, subscribe now.