ନିଯୁକ୍ତି ପାଇବେ ୭ ହଜାର ଶିକ୍ଷକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହାଇସ୍କୁଲଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛି । ପ୍ରଥମ ଥର ଲାଗି ପ୍ରାୟ ୭ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏକକାଳୀନ ନିଯୁକ୍ତି ଦିଆଯିବ । ପ୍ରବେଶିକା ପରୀକ୍ଷା ସମାପ୍ତ ହେବା ପରେ ଫଳ ପ୍ରକାଶ ପରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବା ନେଇ ବିଭାଗ ପକ୍ଷରୁ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ୫-ଟି ଅଧୀନରେ ରୂପାନ୍ତରୀଣ ହୋଇଥିବା ସ୍କୁଲଗୁଡ଼ିକରେ ଖାଲିଥିବା ଟିଜିଟି ସାଇନ୍ସ ଓ ଆର୍ଟ୍ସ, ହିନ୍ଦି, ସଂସ୍କୃତ, ପିଇଟି, ତେଲୁଗୁ ଶିକ୍ଷକ ପଦବୀ ପୂରଣ କରାଯିବ । ଚଳିତ ମାସ ଶେଷ ସୁଦ୍ଧା ୭ ହଜାର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ସାର୍ଟିଫିକେଟ୍ ପ୍ରଦାନ କରିବେ ବୋଲି ଜଣାପଡ଼ିଛି ।