fbpx

ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ, 14 ଜଣଙ୍କର ମୃତ୍ୟୁ

କାବୁଲ: ଆଫଗାନିସ୍ତାନରେ ଏକ ବଡ଼ ଭୂକମ୍ପ ଘଟିଛି। ଏହି ଭୂକମ୍ପ ଯୋଗୁଁ 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 78 ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା 6.3 ରେ ଥିଲା |ଭୁଶୁଡି ପଡିଥିବା କୋଠା ଭିତରେ ଅନେକ ଲୋକଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏପର୍ଯ୍ୟନ୍ତ ମୃତ୍ୟୁର ଠିକ ଭାବରେ ଆକଳନ କରାଯାଇ ନାହିଁ ।

ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳି ହେରାତ ଠାରୁ 40 କିଲୋମିଟର (25 ମାଇଲ) ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏବଂ ଏହା ପରେ 5.5, 4.7, 6.3, 5.9 ଏବଂ 4.6 ତୀବ୍ରତାରେ ୫ ଟି ଭୂକମ୍ପ ଆସିଥିଲା । ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ନିଜ ଘର ଏବଂ ଅଫିସ୍ କୋଠା ଭିତରୁ ବାହାରି ଆସିଥିଲେ।

Get real time updates directly on you device, subscribe now.