fbpx

ମିଆଁମାରରେ ସାମୁଦ୍ରିକ ଝଡ଼ ‘ୟାଗି’ ପରେ ଭୟଙ୍କର ବନ୍ୟା ପରିସ୍ଥିତି; ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ମିଆଁମାରରେ ସାମୁଦ୍ରିକ ଝଡ଼ ୟାଗି ପରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟା ଯୋଗୁଁ ପ୍ରାୟ ୨,୩୦,୦୦୦ ଲୋକଙ୍କୁ ଘର ଛାଡିବାକୁ ପଡିଛି । ବନ୍ୟା ପ୍ରଭାବକୁ ହ୍ରାସ କରିବା ପାଇଁ ଦେଶର ଶାସକ ଜୁନ୍ତା ବିଦେଶୀ ସହାୟତା ପାଇଁ ଅନୁରୋଧ କରିଛି ।

ରାଜଧାନୀ ନେପିଡୋ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ ମଧ୍ୟରୁ ଅନ୍ୟତମ । ମିଆଁମାର ସେନା କହିଛି, ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୩୩ ଜଣଙ୍କ ମୃତ୍ୟୁ ଘଟିଛି । ସରକାରୀ ନ୍ୟୁଜ୍ ଲାଇଟ୍ ଅଫ୍ ମିଆଁମାର ଦୈନିକ କହିଛି ଯେ ବିସ୍ଥାପିତ ବନ୍ୟା ପୀଡ଼ିତଙ୍କ ପାଇଁ କିଛି ଅସ୍ଥାୟୀ ରିଲିଫ୍ କ୍ୟାମ୍ପ ସ୍ଥାପନ କରାଯାଇଛି ।

ଚଳିତ ବର୍ଷ ଏସିଆର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ‘ୟାଗି’ ଚୀନ୍ ର ହାଇନାନ୍ ଦ୍ୱୀପ ଭିଏତ୍ ନାମ୍ ଏବଂ ଫିଲିପାଇନ୍ସକୁ ମଧ୍ୟ ପ୍ରଭାବିତ କରିଛି । ସରକାରୀ ଗଣମାଧ୍ୟମ କହିଛି ଯେ ଜୁନ୍ତା ମୁଖ୍ୟ ଜେନେରାଲ ମିନ୍ ଅଙ୍ଗ ହ୍ଲାଇଙ୍ଗ୍ ଏବଂ ଅନ୍ୟ ଅଧିକାରୀମାନେ ପ୍ରବଳ ବନ୍ୟା ଥିବା ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.