fbpx

Sex Lifeର ସବୁ ସମସ୍ୟା ଦୂରେଇ ଯିବ: ଆଜି ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ

ନୂଆଦିଲ୍ଲୀ: ପୁରୁଷଙ୍କ ପାଇଁ ମଧ୍ୟ କେତକ ପୋଷକ ତତ୍ୱ ବେଶ୍‌ ଆବଶ୍ୟକ । ପୁରୁଷଙ୍କର ସେକ୍ସ ଲାଇଫ୍‌ ପାଇଁ ଏହି ସବୁ ଖାଦ୍ୟ ସୁଖମୟ କରିଥାଏ । ଅନେକ ସମସ୍ୟାକୁ ଦୂର କରିଥାଏ। ଲୋକଙ୍କର ଦୁର୍ବଳତାକୁ ଏହା ଦୂର କରିବା ସହ ପୋଷ୍ଟ୍ରେଟ କ୍ୟାନସରର ଭୟ ମଧ୍ୟ ଦୂର କରେ । ଏହି ସବୁ ଖାଦ୍ୟ ଅନେକ ରୋଗକୁ ଦୂର କରିବା ସହ ଶରୀରକୁ ସୁସ୍ଥ ରଖେ ।

ଫ୍ୟାଟି ଫିସ୍‌ – ସୋଲମନ୍‌ , ହେରିଙ୍ଗ୍‌ ଏବଂ ସାର୍ଡିନ ଏହି ସବୁ ଫ୍ୟାଟି ଫିସ୍‌ ହୃଦୟକୁ ଭଲ ରଖିବା ସହ ଶରୀରକୁ ସୁସ୍ଥ ରଖିଥାଏ । ଏ ସବୁ ସମୁଦ୍ର ମାଛ । ଏଥିରେ ଓମେଗା ଫ୍ୟାଟି ଏସିଡ୍‌ ଥାଏ । ଅନେକ ପ୍ରକାରର ରୋଗ ସମସ୍ୟାକୁ ଦୂର ରଖେ । ନିଜ ଖାଦ୍ୟରେ ଏହି ସବୁ ମାଛକୁ ସାମିଲ କରିବା ଭଲ ।

ଚକୋଲେଟ୍‌– ଅଳ୍ପ ବା ସନ୍ତୁଳିତ ମାତ୍ରାରେ ଚକୋଲେଟ୍‌ ଖାଇବା ଭଲ । ଅଧିକ ଖାଆନ୍ତୁ ନାହିଁ । ଏହା ରକ୍ତ ସଞ୍ଚାଳନକୁ ଭଲ ରଖେ । ଚକୋଲେଟ୍‌ରେ ଫ୍ଲୋବନାଁଲ ଅଧିକ ରହିଛି । ଏହା କୋଲେଷ୍ଟରଲ କମ୍‌ କରିଥାଏ । ଦାମ୍ପତ୍ୟ ଜୀବନର ଅନେକ ସମସ୍ୟାକୁ ଏହା ଠିକ୍‌ ରଖେ ପୁରୁଷଙ୍କର ହରମୋନ୍‌ ଏବଂ ଅନ୍ୟ ସମସ୍ୟା ଦୂର କରିଥାଏ ।

ଅଦା– ଅଦାରେ ଆଣ୍ଟି ଇନ୍‌ଫାମେଟୋରୀ ଗୁଣ ରହିଛି । ଶରୀରର ବିଭିନ୍ନ ସମସ୍ୟାକୁ ଏହା ଦୂର କରେ । ଅଦାକୁ ଖାଦ୍ୟରେ ସାମିଲ କରିବା ଭଲ । ଏହା ମାଂସପେଶୀର ଅନେକ ସମସ୍ୟା ଦୂର କରିଥାଏ।

କ୍ଷୀର , ଦହି– କ୍ଷୀର ଏବଂ ଦହି ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ଏଥିରେ ଆମିନୋ ଏସିଡ୍‌ ରହିଛି । ଦହି ଏବଂ କ୍ଷୀରରେ ପ୍ରଚୁର ମାତ୍ରାରେ ପ୍ରୋଟିନ ମିଳିଥାଏ ।ଏଥିରେ ଭଲ ବ୍ୟାକ୍ଟେରିଆ ଅଛନ୍ତି ଯାହା ସ୍ୱାସ୍ଥ୍ୟ ପକ୍ଷେ ହିତକର ।

ସୋୟା ଫୁଡସ୍‌– ସୋୟା ଫୁଡସ୍‌ରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ଅଛି । ଏଥିରେ ଏଷ୍ଟ୍ରୋଜେନ୍‌ ହରମୋନ୍‌ ମଧ୍ୟ ପ୍ରଚୁରମାତ୍ରାରେ ରହିଛି । ଏହାକୁ ପୁରୁଷମାନେ ନିଜ ଡାଏଟ୍‌ରେ ସାମିଲ କରିବା ଆବଶ୍ୟକ । ଏହାସହ ଟମାଟୋ ଗାଜର କାରୋଟିନା ଥିବା ପନି ପରିବ, ସବୁ ପନି ପରିବା ନିଜ ଖାଦ୍ୟରେ ସାମିଲ କରିବା ଆବଶ୍ୟକ ।

ଅଣ୍ଡା- ଅଣ୍ଡା କେଶରରେ କୋଲଷ୍ଟରଲ୍‌ ଥାଏ । ମାତ୍ର ଏଗ୍‌ ହ୍ୱାଇଟ୍‌ରେ ପ୍ରଚୁରମାତ୍ରରେ ପ୍ରୋଟିନ୍‌ ରହିଛି । ଅଣ୍ଡା ଖାଇବା ବେଶ୍‌ ଭଲ । ଏହା ଖାଇଲେ ପୁରୁଷଙ୍କର ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ମାତ୍ର କୌଣସି ସମସ୍ୟା ନଥିଲେ ଅଣ୍ଡା କେଶର ଖାଇବା ଭଲ ।

ବ୍ରାଉନ୍‌ ରାଇସ୍‌ – ବ୍ରାଉନ୍‌ ରାଇସ୍‌ ଖାଇବା ଶରୀର ପ୍ରତି ଅତି ଭଲ । ଏଥିରେ ଅନେକ ପୋଷକ ତତ୍ୱ ରହିଛି ।

Get real time updates directly on you device, subscribe now.