fbpx
BSKY SKY
BSKY SKY

Centurion ଟେଷ୍ଟ: ଶାମିଙ୍କୁ ୫ ୱିକେଟ, ତୃତୀୟ ଦିନ ସୁଦ୍ଧା ଭାରତ ୧୪୬ ରନରେ ଆଗୁଆ

BSKY

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଡ୍ରାଇଭର ସିଟରେ ରହିଛି ଭାରତ । ମହମ୍ମଦ ଶାମିଙ୍କ ୫ ୱିକେଟ ସଫଳତା ବଳରେ ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୧୪୬ ରନରେ ଅଗ୍ରଣୀ ହାସଲ କରିଛି । ପ୍ରଥମ ଦିନରେ ଭାରତ ୨୭୨ ରନ କରିଥିବା ବେଳେ ଦ୍ୱିତୀୟ ଦିନରେ ଗୋଟିଏ ବି ବଲ ପଡିବା ସମ୍ଭବ ହୋଇ ନଥିଲା । ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୨୭୨/୩ରୁ ଖେଳ ଆରମ୍ଭ କରି ଭାରତ ୩୨୭ ରନରେ ଅଲଆଉଟ ହୋଇଥିଲା । ବୁମରା(୧୪) ଙ୍କୁୁ ବାଦ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଘରୋଇ ଦଳ ପକ୍ଷରୁ ଏନଗିଡି ୬ଟି ଓ ରବାଡା ୩ଟି ୱିକେଟ ଅକ୍ତିଆର କରିଥିଲେ । ଫଳରେ ଭାରତ ମାତ୍ର ୫୫ ରନରେ ଅନ୍ତିମ ୭ ୱିକେଟ ହରାଇଥିଲା ।

ଘରୋଇ ଦଳର ଆରମ୍ଭ କିନ୍ତୁ ଅତ୍ୟନ୍ତ ଦୟନୀୟ ରହିଥିଲା । ବଲ ସାମାନ୍ୟ ତଳୁଆ ରହୁଥିବା ବେଳେ ଶାମି, ସିରାଜ ଓ ବୁମରା ଚମକ୍ରାର ବୋଲିଂ ପ୍ରଦର୍ଶନ କରିଥିଲେ । ଶାମି ସର୍ବାଧିକ ୫ ୱିକେଟ ନେଇଥିବା ବେଳେ ବୁମରା ଓ ଶାର୍ଦ୍ଦୁଲ ଠାକୁର ଦୁଇଟି ଲେଖାଏଁ ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ । ଟେମ୍ବା ବାଭୁମା ସର୍ବାଧିକ ୫୨ ରନ କରିଥିବା ବେଳେ ଦଳ ମାତ୍ର ୧୯୭ ରନରେ ଅଲଆଉଟ ହୋଇଥିଲା ।

ଜବାବରେ ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୧ ୱିକେଟ ହରାଇ ୧୬ ରନ ସଂଗ୍ରହ କରିଛି । ମାର୍କୋ ଜାନସେନଙ୍କ ବଲରେ ମୟଙ୍କ ଅଗ୍ରୱାଲ(୪) ଡିକକଙ୍କୁ କ୍ୟାଚ ଦେଇଥିଲେ । ଷ୍ଟମ୍ବ ଅପସାରଣ ବେଳକୁ କେ ଏଲ ରାହୁଲ(୫) ଓ ନାଇଟ ୱାଚମ୍ୟାନ ଶାର୍ଦ୍ଦୁଲ ଠାକୁର(୪) ରନରେ ବ୍ୟାଟିଂ କରୁଥିଲେ ।

Get real time updates directly on you device, subscribe now.