fbpx

ଭଡ଼ା ଘରୁ ସେକ୍ସ ରାକେଟ ଠାବ: ୨ ଯୁବତୀଙ୍କ ସହ ୪ ଅଟକ

କଟକ: ଲାଲବାଗ ଥାନା ଅଞ୍ଚଳରେ ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ । ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲୁଥିବା ନେଇ ସୂଚନା ପାଇ ଲାଲବାଗ ପୋଲିସ ରେଡ୍ କରିଥିଲା । ଭଡ଼ା ଘରୁ ୨ ଯୁବତୀ ଉଦ୍ଧାର କରିବା ସହ ଜଣେ ଗ୍ରାହକ ଓ ଦଲାଲଙ୍କ ସମେତ ୪ ଅଟକ ରଖିଛି ପୋଲିସ । ଭଡ଼ାଘରର ମାଲିକ ଦମ୍ପତିଙ୍କୁ ମଧ୍ୟ ଅଟକ ରଖାଯାଇଛି ।

ନିକଟରେ ଗତ ୧୬ ତାରିଖରେ ସିଡିଏ ଅଞ୍ଚଳରୁ ମଧ୍ୟ ଠାବ ହୋଇଥିଲା ସେକ୍ସ ରାକେଟ । ସିଡିଏର ଏକ ହୋଟେଲରେ ସେକ୍ସ ରାକେଟ ଠାବ କରିଥିଲା ମର୍କତନଗର ପୋଲିସ୍ । ଏହି ରେଡ୍ ସମୟରେ ୨ ଯୁବତୀଙ୍କ ସହ ଜଣକୁ ଗିରଫ କରିଥିଲା ପୋଲିସ୍ ।

ତେବେ କଟକରେ ଏଭଳି ଭାବରେ ଭଡ଼ା ଘରେ କିମ୍ବା ହୋଟେଲମାନଙ୍କରେ ସେକ୍ସ ରାକେଟ ଚାଲିବାକୁ ନେଇ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ଏସବୁ ପୋଲିସ କିପରି ଜାଣିପାରୁନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

Get real time updates directly on you device, subscribe now.