fbpx

ପୁରୀ ଆପାର୍ଟମେଣ୍ଟରେ ଚାଲିଥିଲା ଦେହ ବ୍ୟବସାୟ, ବାନ୍ଧିନେଲା ପୋଲିସ

ପୁରୀ,୧୫ ।୯(ଓଡିଶା ଭାସ୍କର): ପୁରୀ ଭଳି ଧର୍ମର ସହର ଶ୍ରୀକ୍ଷେତ୍ରରେ ଚାଲିଥିଲା ଅଧର୍ମ କାମ। ସ୍ଥାନୀୟ ବାଲିଆପଣ୍ଡା ଅଂଚଳରେ ସେକ୍ସ ରାକେଟ ଠାବ ହୋଇଛି । ସେକ୍ସ ରାକେଟ ସହ ଜଡ଼ିତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବାଲିଆପଣ୍ଡା ଥାନା ପୁଲିସ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚିନ୍ମୟ ସ୍ୱରୂପ ପଣ୍ଡା, ଚିନ୍ମୟ ରଂଜନ ରାଉତ ଓ ସୁନୀଲ କୁମାର ସାମଲ । କିନ୍ତୁ ପୁଲିସ ଆଖିରୁ ଜଣେ ଅଭିଯୁକ୍ତ ଖସିଯାଇଛି । ଚଢ଼ାଉ ସମୟରେ ପୁଲିସ ୨ ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି ।

ତେବେ ଚିନ୍ମୟ ପଣ୍ଡା ଓ ଚିନ୍ମୟ ରାଉତ ସେକ୍ସ ରାକେଟରେ ସଂପୃକ୍ତ ଥିବା ବେଳେ ସୁନୀଲ ଓ ଫେରାର ଅଭିଯୁକ୍ତ ଏବିଷୟରେ ସବୁ ଜାଣିଥିବାରୁ ସେମାନଙ୍କ ଠାରୁ ବଡ଼ ରକମର ଟଙ୍କା ଦାବି କରି ଧମକ ଦେଇଥିଲେ ।  ଚଢ଼ାଉ ସମୟରେ ଏକ ସ୍କର୍ପିଓ, ୨ଟି ବ୍ୟବହୃତ କଣ୍ଡୋମ, ୪ଟି ଅବ୍ୟବହୃତ କଣ୍ଡୋମ, ଔଷଧ, ନଗଦ ୪ ହଜାର ୨୦୦ ଟଙ୍କା ଜବତ ହୋଇଛି ।

Get real time updates directly on you device, subscribe now.