fbpx
BJD SKY
BJD SKY

କିଙ୍ଗ ଅଫ୍ ରୋମାନ୍ସଙ୍କୁ ଯେତେବେଳେ ପ୍ରେମ ହେଲା.. ୩୫ ବର୍ଷ ପୂର୍ବେ ଗୌରୀଙ୍କୁ ଏହି ଗିଫ୍ଟ ଦେଇଥିଲେ ଶାହରୁଖ

BJD

ମୁମ୍ବାଇ: ସୁପରଷ୍ଟାର ଶାହରୁଖଙ୍କୁ ବଲିଉଡରେ ବହୁ ନାମରେ ବିବେଚନା କରାଯାଏ, କିଏ ତାଙ୍କୁ ବାଦଶାହ ଡାକେ ତ କିଏ କିଙ୍ଗ ଖାନ, ଆଉ ଅନ୍ୟ କେତେକ ଡାକନ୍ତି କିଙ୍ଗ ଅଫ ରୋମାନ୍ସ । ଶାହାରୁଖ ଯେତେବେଳେ ନିଜର ଦୁଇ ହାତ ଖୋଲି ପୋଜ କରନ୍ତି ସେତେବେଳେ ଫ୍ୟାନ୍ସମାନେ ଦିୱାନା ହୋଇଯାଆନ୍ତି । କହିବାକୁ ଗଲେ ଶାହରୁଖ ନିଜ ଅସଲି ଜୀବନରେ ବହୁତ ରୋମାଣ୍ଟିକ ଅଟନ୍ତି । ସେ ଗୌରୀଙ୍କୁ ଭଲପାଇ ବିବାହ କରିଥିଲେ । ଏହି ଦୁଇଜଣଙ୍କ ବିବାହକୁ ପ୍ରାୟତଃ ୩୦ ବର୍ଷ ପୁରିଗଲାଣି । ତେବେ ଆସନ୍ତୁ ଜାଣିବା ଶାହରୁଖ ଗୌରୀଙ୍କୁ ପ୍ରଥମେ କେଉଁ ଗିଫ୍ଟ ଦେଇଥିଲେ ।

୨୦୨୩ ବର୍ଷରେ ଆସ୍କ ଏସଆରକେ ସେସନରେ ଫ୍ୟାନ୍ସଙ୍କର ବହୁ ପ୍ରଶ୍ନର ଉତ୍ତର ଶାହାରୁଖ ଖାନ ଦେଇଥିଲେ । ଏହି ସମୟରେ ତାଙ୍କୁ ଜଣେ ଫ୍ୟାନ୍ସ ପଚାରିଥିଲେ ଯେ, ସେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ରେ ଗୌରୀଙ୍କୁ କେଉଁ ଗିଫ୍ଟ ଦେଇଥିଲେ । ଶାହରୁଖ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ । ସେ ଲେଖିଥିଲେ ଯେ, ‘ମୋର ଠିକ ଭାବେ ମନେପଡୁନି ହେଲେ ଏହା ୩୪ ବର୍ଷ ହୋଇଯାଇଛି । ମୋର ଯେତିକି ମନେପଡୁଛି ମୁଁ ତାଙ୍କୁ ପ୍ଲାଷ୍ଟିକର ଏକ ଫିଙ୍କ ଇୟରରିଙ୍ଗ ଦେଇଥିଲି ।’ ଶାହାରୁଖଙ୍କ ଏହି ପୋଷ୍ଟ ସେତିକି ବେଳେ ଖୁବ ଭାଇରାଲ ହୋଇଥିଲା ଏବଂ ଲୋକମାନେ ଏହା ଉପରେ ଅନେକ କମେଣ୍ଟ କରିଥିଲେ ।

Get real time updates directly on you device, subscribe now.