fbpx

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହରୁଖ ଖାନ, ୩୦ ଘଣ୍ଟା ଚାଲିଥିଲା ଚିକିତ୍ସା

AAKASH

ମୁମ୍ବାଇ: ଶାହରୁଖ ଖାନ ହସ୍ପିଟାଲରୁ ଡିସଚାର୍ଜ ହେବା ଖବର ସାମ୍ନାକୁ ଆସିଛି । ସୁପରଷ୍ଟାର ପାଖାପାଖି ୩୦ଘଣ୍ଟା କାଳ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଏହାପରେ ସେ ସେଠାରୁ ଡିସଚାର୍ଜ ହୋଇଛନ୍ତି । ଡିସଚାର୍ଜ ପରେ ଶାହରୁଖ ଖାନ ଏୟାରପୋର୍ଟକୁ ବାହାରିଛନ୍ତି ।କିଙ୍ଗ ଖାନଙ୍କ ସ୍ୱସ୍ଥ୍ୟ ହଠାତ ଖରାପ ହୋଇଯିବାରୁ ତାଙ୍କୁ ଅହମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁଯାୟୀ, ଶାହରୁଖ ଖାନ ଅହମଦାବାଦରେ ଚାଲିଥିବା ଆଇପିଏଲର ପ୍ରଥମ ପ୍ଲେ ଅଫ ଦେଖିବାକୁ ପହଞ୍ଚିଥିଲେ । ଏହି ସମୟରେ ଡିହାଇଡ୍ରେସନ କାରଣରୁ ସେ ଅସୁସ୍ଥ ହୋଇପଡିଥିଲେ, ଯାହାପରେ ସଙ୍ଗେ ସଙ୍ଗେ ତାଙ୍କୁ ଅହମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସାହରୁଖ ଖାନ ଆଡମିଟ ହେବାପରେ ପୋଲିସ କେଡି ହସ୍ପିଟାଲର ସୁରକ୍ଷା ବଢାଇଦେଇଥିଲେ । ଏହାପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି ।

ସେ ଡିସଚାର୍ଜ ହେବାପରେ ସଙ୍ଗେ ସଙ୍ଗେ ଏୟାରପୋର୍ଟ ଯାଇଛନ୍ତି । କୁହାଯାଉଛି ଯେ, ସେ ମୁମ୍ବାଇ ଯାଉଛନ୍ତି । ଆଜି ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦଦଲାନୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୁପରଷ୍ଟାରଙ୍କ ହେଲଥ ବିଷୟରେ ଅପଡେଟ ଦେଇଥିଲେ । ପୂଜା କହିଥିଲେ ଯେ, ଶାହରୁଖ ଖାନ ଏବେ ଠିକ ଅଛନ୍ତି ଏବଂ ଏଥିସହ ସେ ଶାହରୁଖ ଖାନଙ୍କ ପାଇଁ ପ୍ରାର୍ଥନା କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.