Breaking: ଓଡ଼ିଆ IAS ଅଫିସର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଶକ୍ତିକାନ୍ତ ଦାସ ପୂର୍ବତନ RBI ଗଭର୍ଣ୍ଣର ମଧ୍ୟ ଥିଲେ
ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨, ମୋଦୀଙ୍କ ଦୁଇଜଣ ପ୍ରମୁଖ ସଚିବ ହେଉଛନ୍ତି ଓଡ଼ିଆ।
ନୂଆଦିଲ୍ଲୀ: ଓଡ଼ିଆଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଆସ୍ଥା ଓ ଭରଷା। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଛନ୍ତି ପି.କେ ମିଶ୍ର। ଆଉ ଏବେ ଦ୍ୱିତୀୟ ପ୍ରମୁଖ ସଚିବ ଭାବରେ ଶକ୍ତିକାନ୍ତ ଦାସଙ୍କୁ ମି ଦାୟିତ୍ୱ ମିଳିଛି। ଯିଏକି ଜଣେ ଓଡ଼ିଆ।
ପୂର୍ବରୁ ଶକ୍ତିକାନ୍ତ ଦାସ ପୂର୍ବତନ RBI ଗଭର୍ଣ୍ଣର ମଧ୍ୟ ଥିଲେ। ଶକ୍ତିକାନ୍ତ ଦାସ ହେଉଛନ୍ତି ଓଡ଼ିଆ IAS ଅଫିସର୍। ଯାହାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବେ ନିଯୁକ୍ତ କରାଯାଇଛି।
୧୯୮୦ ବ୍ୟାଚର ତାମିଲନାଡୁ କ୍ୟାଡର ଅବସରପ୍ରାପ୍ତ IAS ହେଉଛନ୍ତି ଶକ୍ତିକାନ୍ତ। ପୂର୍ବରୁ ମଧ୍ୟ ସେ ବଡ଼ ବଡ଼ ଦାୟିତ୍ୱରେ ଥିଲେ। ଆଉ ଏବେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବରେ ନିଯୁକ୍ତ କରାଯାଇଛି। ସେ ପି.କେ ମିଶ୍ରଙ୍କ ସହ ଦ୍ୱିତୀୟ ପ୍ରମୁଖ ସଚିବ ଭାବରେ କାମ କରିବେ। ପ୍ରଧାନମନ୍ତ୍ରୀଙ୍କ ଦୁଇଜଣ ପ୍ରମୁଖ ସଚିବ ହେଉଛନ୍ତି ଓଡ଼ିଆ।