କଳଙ୍କ! ନିଜେ ଝିଅକୁ ଦୁଷ୍କର୍ମ କଲା ରାକ୍ଷସ ବାପା, କି ଭୁଲ କରିଥିଲା କୁଆଁରୀ ଝିଅ….

ତେବେ ଦ୍ୱିତୀୟ ବିବାହ ପରେ ସମ୍ପୃକ୍ତା ନାବାଳିକାଙ୍କୁ ପାଲଲହଡ଼ା ଉପଖଣ୍ଡର ଏକ କନ୍ୟାଶ୍ରମରେ ପଢ଼ିବା ପାଇଁ ଛଡ଼ାଯାଇଥିଲା।

ଓଡ଼ିଶା ଭାସ୍କର: ୧୨ ବର୍ଷୀୟା ନାବାଳିକା ଝିଅକୁ ସାବତ ବାପା ବଳାତ୍କାର କରିଥିବା ସୋମବାର ଅନୁଗୋଳ ଜିଲା ପାଲଲହଡ଼ା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଦେବଗଡ଼ ଜିଲାର ଜଣେ ମହିଳା ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦ୍ୱିତୀୟ ବିବାହ କରିଥିବାବେଳେ ପୂର୍ବରୁ ମହିଳାଙ୍କର ଗୋଟିଏ ଝିଅ ରହିଛି।

ତେବେ ଦ୍ୱିତୀୟ ବିବାହ ପରେ ସମ୍ପୃକ୍ତା ନାବାଳିକାଙ୍କୁ ପାଲଲହଡ଼ା ଉପଖଣ୍ଡର ଏକ କନ୍ୟାଶ୍ରମରେ ପଢ଼ିବା ପାଇଁ ଛଡ଼ାଯାଇଥିଲା। ଗତ ୧୫ ତାରିଖରେ ସାବତ ବାପା ଉକ୍ତ କନ୍ୟାଶ୍ରମରେ ପହଞ୍ଚି ଆଈଙ୍କ ଦେହ ଖରାପ କହି ସାବତ ଝିଅକୁ ସାଙ୍ଗରେ ନେଇଯିବା ସହ ଘରେ ବଳାତ୍କାର କରିଥିଲେ। ୧୬ ତାରିଖରେ ଝିଅକୁ ଆଣି ସ୍କୁଲରେ ଛାଡ଼ି ଦେଇଥିଲେ।

ତେବେ ସୋମବାର ମା’ ସହ ସାବତ ବାପା କନ୍ୟାଶ୍ରମରେ ପହଞ୍ଚି ଝିଅକୁ ନେବା ପାଇଁ ଉଦ୍ୟମ କରିବା ବେଳେ ଝିଅ ସମସ୍ତ ଘଟଣା ମା’ଙ୍କୁ ଜଣାଇଥିଲେ। ଏହାପରେ ନାବାଳିକାଙ୍କ ମାମୁ ଘର ପକ୍ଷରୁ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ ସାବତ ବାପାଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣା ଲହୁଣିପଡ଼ା ଥାନା ଅଞ୍ଚଳରେ ଘଟିଥିବାରୁ ପାଲଲହଡ଼ା ଥାନାରେ ଶୂନ୍ୟ ଏତଲା ରୁଜୁ କରାଯାଇ ସମ୍ପୃକ୍ତ ଥାନାକୁ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରାଯିବ ବୋଲି ପାଲଲହଡ଼ା ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ସୂଚନା ଦେଇଛନ୍ତି।